ଅପରାଧଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

୧୮ ରାଣୀର ରାଜା ରମେଶ ନାଁରେ ଯୋଡ଼ି ହେଲା ନୂଆ ମାମଲା

ଯୁବତୀଙ୍କୁ ଫସାଇବା ପାଇଁ  ଇମୋସ୍‌ନାଲ ବ୍ଲାକମେଲ୍

୧୮ ରାଣୀର ରାଜା ରମେଶ ସ୍ୱାଇଁ ନାଁରେ ପୁଣି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।।ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ  ଇମୋସ୍‌ନାଲ ଭିଡିଓ କରି ବ୍ଲାକମେଲ୍ କରୁଥିଲେ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ତାଙ୍କ କହିବା ମୁତାବକ, ରସିକିଆ ନକଲି ଡାକ୍ତର ଯୁବତୀଙ୍କୁ ଫସାଇବାକୁ ଇମୋସନାଲ ଡ୍ରାମା କରୁଥିଲା । ଆପଣାଉଥିଲା ନୂଆ  ନୂଆ ତରିକା । ମହିଳାଙ୍କୁ ଫସାଇବାକୁ ତିଆରି କରୁଥିଲା  ଇମୋସନାଲ ଭିଡିଓ । କେତେବେଳେ ଆଖିରୁ ମିଛ ଲୁହ  ନିଗିଡ଼ାଇ କାନ୍ଦୁଥିଲା ତ ଆଉ କେତେବେଳେ ହାତରେ ସାଲାଇନ୍ ଲଗାଇ ଅସୁସ୍ଥ ହେବାର ନାଟକ କରୁଥିଲା ।

ସୂଚନାଯୋଗ୍ୟ, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗ  ପରେ ଅଭିଯୋଗ। ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁ ପୁଣି ଏବେ ଚର୍ଚ୍ଚାକୁ ଆସିଛି ।ନିକଟରେ ରମେଶ ବିରୋଧରେ ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଥିଲା ମାମଲା । ତେବେ ଏହି ଅଭିଯୋଗ ପାଇବା ପରେ ପୋଲିସ ଆହୁରି ତତ୍ପରତା ଦେଖାଇଥିଲା । ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

 

Show More

Related Articles

Back to top button