Breaking PLUSଓଡ଼ିଶାମୁଖ୍ୟ ଖବର

ଧର୍ମଗଡ କାଶିବାହଲରୁ ଧରାପଡ଼ିଲା ଫେରାର କଏଦୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର କାରାଗାରରୁ ଚମ୍ପଟ ମାରିଥିବା ଦୁଇ କଏଦୀଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି। ଧର୍ମଗଡ ନିକଟସ୍ଥ କାଶିବାହଲ ରୁ ରବିବାର ତାଂକୁ ପୁଲିସ ଧରିଥିଲା। ସୂଚନାଅନୁସାରେ ରବିବାର ଦୁଇ ଜଣ କଏଦୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ଫେରାର କଏଦୀ ନୀଳମଣି ବିଭାର ଏବେ ବି ଫେରାର ଅଛି। ଟାଉନ ଥାନା ପୁଲିସ ସିକନ୍ଦର କୁ ପଚରା ଉଚରା କରୁଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ କୋରାପୁଟ ସର୍କଲ ଜେଲ୍ ବରିଷ୍ଠ ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ ସ୍ଥାନୀୟ ଜେଲ ପରିସର ପରିଦର୍ଶନ କରିଥିଲେ। କୌଣସି କର୍ମଚାରୀ ଙ୍କ ଭୁଲ ଯୋଗୁଁ କଏଦୀ ଦୁଇଜଣ ପାଚେରୀ ଡେଇଁ ଫେରାର ହୋଇଥିବା କଥା ସ୍ୱୀକାର କରିଥିଲେ।

Show More

Related Articles

Back to top button