ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବେଦୱେ ଅଞ୍ଚଳରୁ ଏକ ବିରଳ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି । ସାପଟିକୁ ଦେଖିବା ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଏକ କାଚ ବୋତଲ ଭିତରେ ସାପଟିକୁ ରଖିଦେଇଥିଲେ । ପରେ ବ୍ୟକ୍ତି ଜଣକ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ସରୀସୃପ ସଂରକ୍ଷଣର ସଂସ୍ଥାପକ ନିକ୍ ଇମ୍ବାସ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିର ଫଟୋକୁ ସାମାଜିକ ଗଣମାଧ୍ୟମରେ ସେ ସେୟାର କରିବା ସହ କ୍ୟାପ୍ସନରେ କିଛି ଲେଖିଥିବା ଦେଖିବାକୁ ମିଳିଥିଲା । ସେ ଲେଖିଛନ୍ତି ଯେ ଏହା ଏକ ବିରଳ ଦୁଇ ମୁଣ୍ଡିଆ ସାପ । ଏହା କୌଣସି କ୍ଷତିକାରକ ନୁହେଁ । ଏହି ସାପ ବିଷାକ୍ତ ମଧ୍ୟ ନୁହେଁ । ଏହି ଦୁଇ ମୁଣ୍ଡିଆ ସାପର ଲମ୍ବ ମାତ୍ର ୩୦ ସେଣ୍ଟିମିଟର ଥିବା ବେଳେ ଏହା ଏକ ଛୁଆ ସାପ ବୋଲି ସେ ସୂଚନାଦେଇଛନ୍ତି । ନିକ୍ ଆହୁରି ମଧ୍ୟ କହିଛନ୍ତି କି, ଏହି ସାପ ଅଣ୍ଡା ଖାଏ । ଦୁଇମୁଣ୍ଡିଆ ସାପର ଦାନ୍ତ ନାହିଁ । ବେଳେ ବେଳେ ଏହା ଅଣ୍ଡାକୁ ମଧ୍ୟ ଗିଳିଦେଇଥାଏ । ଦୁଇମୁଣ୍ଡିଆ ସାପ ସାଧାରଣତଃ ବହୁତ କମ୍ ଦେଖାଦେଇଥାନ୍ତି । ୧୦ ହଜାର ସାପ ମଧ୍ୟରେ ଏପରି ଗୋଟିଏ ସାପ ଜନ୍ମ ନେବାର ସମ୍ଭାବନା ରହିଥାଏ । ହେଲେ ଏପରି ସାପ ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଥାଏ । କିନ୍ତୁ ଏହି ସପାଟି ସୁସ୍ଥ ରହିଥିବା ସେ କହିଥିବା ବେଳେ, ବର୍ତ୍ତମାନ ଏହି ସାପଟିର ଯତ୍ନ ନିଆଯାଉଥିବା କୁହାଯାଉଛି । ଦୁଇ ମୁଣ୍ଡିଆ ସାପଟି ବଡ଼ ହେବା ପରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯିବ ବୋଲି ସୂଚନା ଦିଆଯାଇଛି ।
Related Articles
Check Also
Close
-
ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ED ରେଡ୍29 mins ago