ଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ନିଜ ପତ୍ନୀକୁ ଚଳନ୍ତା ଟ୍ରେନ ଆଗକୁ ଠେଲିଦେଲା ନୃଶଂସ ସ୍ୱାମୀ

ମୁମ୍ବାଇ: ନୃଶଂସ ସ୍ୱାମୀ ନିଜ ସ୍ତ୍ରୀକୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗି ହତ୍ୟା କଲା। ମହାରାଷ୍ଟ୍ର ଭାସାଇ ରେଳ ଷ୍ଟେସନରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବଡକଥା ହେଉଛି, ହତ୍ୟାକାରୀ ସ୍ୱାମୀ ନିଜର ଦୁଇ ପିଲାଙ୍କ ସାମ୍ନାରେ ହିଁ ପତ୍ନୀଙ୍କୁ ହତ୍ୟା କରିଛି । ଯାହାର ଲୋମଟାଙ୍କୁରା ଭିଡିଓ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଷ୍ଟେସନରେ ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନାଯୋଗ୍ୟ, ସୋମବାର ଭୋର ପ୍ରାୟ ୪ଟା ସମୟରେ ଭାସାଇ ଷ୍ଟେସନ ଠାରେ ଏହି ହତ୍ୟାକାଣ୍ଡ ଘଟିଛି । ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ମହିଳା ଜଣକ ଷ୍ଟେସନରେ ଶୋଇଥିଲେ । ସେହି ସମୟରେ ଏକ ଟ୍ରେନ ଆସୁଥିବାର ଦେଖି ସ୍ୱାମୀ ତାଙ୍କୁ ହଠାତ୍ ନିଦରୁ ଉଠାଇଥିଲେ । ଏହାପରେ ତାଙ୍କ ହାତ ଧରି ଟାଣି ନେଇ ଚଳନ୍ତା ଟ୍ରେନ ଆଗକୁ ଠେଲି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣକ ପ୍ରାଣ ହରାଇଥିଲେ । ସିସିଟିଭିରେ ଅଭିଯୁକ୍ତ ସ୍ୱାମୀ ସହ ତାଙ୍କର ଦୁଇଟି ପିଲା ଥିବା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ରେଲୱେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଚଳାଇଛି ।

Show More

Related Articles

Back to top button