ଜୀବନଚର୍ଯ୍ୟାମନୋରଞ୍ଜନସ୍ୱତନ୍ତ୍ର
ମନର ସାଥୀ

ମନର ସାଥୀ,,,,,,,,
ଦରିଆ ସେପାରି ରାଇଜକୁ ଯାଇ
ଖୋଜିନି ରାଜ କୁମାରୀ
କିନ୍ତୁ ଖୋଜୁଥିଲି ମନର ନାୟୀକା
ଖୋଜେ ପାଗଳି ମୟୁରୀ,
ଜୀବନ ଧାରାର ସାଧା କାଗଜରେ
ବୋଳିଦେବ ଯିଏ ରଙ୍ଗ
ମେଘ ମହ୍ଲାରର ମତୁଆଲା ସୁରେ
ଇନ୍ଦ୍ରଧନୁର ତରଙ୍ଗ,
ପ୍ରେମ କାହାଣୀର ନାୟୀକା ସାଜିବ
ଦରଦୀ ସେନେହଁ ସାଥୀ
ଝରି ପଡୁଥିବ ଅଧରରୁ ମଧୂ
ହୃଦୟୁ ମଧୂର ପ୍ରିତୀ,
ମୋ ମନ ଆକାଶେ ନିତି ଆଣୁଥିବ
ପୂର୍ଣ୍ଣିମା ଜହ୍ନର ହସ
ପିଆସି ପରଶେ ନୂଆ ଶିହରଣେ
ନହୁଲୀ ତନୁ ପରଷ,
ମୋ ମନ ପ୍ରାଙ୍ଗଣେ ଫୁଟୁଥିବ ନିତି
ହୋଇ ଗୋଲାପର କଢି
ମୃଗ ନୟନୀର ଆଖି ଚାହାଣିରେ
ଦେଉଥିବ ପ୍ରିତୀ ବାଢି,
ଖୋଜୁଚି ଆଜି ମୋ ମନ ମାନସୀକୁ
ବନ ଉପବନେ କେତେ
କେବେ ପାଇବି ମୁଁ କରିଚି ପ୍ରତିକ୍ଷା
ଅବା,ଭାସିବି ସ୍ବପ୍ନର ସ୍ରୋତେ?
ପାରିବିନି ତୋଳି ବିଶାଳ ପ୍ରାସାଦ
ତୋଳିଚି ଛୋଟିଆ ନିଡ
ଆମେ ପ୍ରେମ ପକ୍ଷୀ ଏକ ପଞ୍ଜୁରୀରେ
ବନ୍ଧନ ଥିବ ନିବିଡ ।