
କାମାକ୍ଷାନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଦିନ ପ୍ରାୟ ୧୧ଟାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଖଟଖୁରା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଜଳିପୋଡି ପାଉଁଶ ହୋଇଯାଇଛି ୧୦ବଖରା ଘର ।
ଖବର ପାଇ କାମାକ୍ଷାନଗରର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ।