ଓଡ଼ିଶାଦୁର୍ଘଟଣା

କେନ୍ଦୁଝରରେ ଭୟଙ୍କର ଅଗ୍ନିକାଣ୍ଡ,ଜଳି ପୋଡି ପାଉଁଶ ହୋଇଗଲା ଦୁଇ ବଖରା ଘର

କେନ୍ଦୁଝରରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବଳଦୁଆଁ ଗ୍ରାମରେ ବଡଧରଣର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ବଲଦୁଆଁ ଗ୍ରାମର ରାଜୁ ମୁଣ୍ଡାଙ୍କ ଘରେ ରୋଷେଇ ହେବା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡିଯାଇଛି।ଏହାସହ ଘରର ଅସବାବପତ୍ର ମଧ୍ୟ ନଷ୍ଟ ହୋଇଛି। ଏହି ସମୟରେ ଗ୍ରାମର ତୁଷା ମୁଣ୍ଡାଙ୍କ ପୁଅ ପ୍ରଦୀପ ମୁଣ୍ଡା ନିଆଁ ଲିଭାଇବା ସମୟରେ ସାପ କାମୁଡାରେ ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡର ସୂଚନାପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଅଗ୍ନିଶମ ଅଧିକାରୀ ପ୍ରତାପ ସିଂ ସୂଚନା ଦେଇଛନ୍ତି।

Show More

Related Articles

Back to top button