Breaking PLUSଓଡ଼ିଶାମୁଖ୍ୟ ଖବର

ତୃତୀୟ ଲହରୀର ମୁକାବିଲା ପାଇଁ ୧୧୧୪ ଡାକ୍ତରଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍

ଶିଶୁଙ୍କ ସୁରକ୍ଷା ଉପରେ ଗୁରୁତ୍ବ । କରୋନାର ତୃତୀୟ ଲହର ପାଇଁ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହର ମୁକାବିଲା ପାଇଁ ତାଲିମ ନେବେ ୧ ହଜାର ୧୧୪ ଡାକ୍ତର ଓ ୧ ହଜାର ୩୬ ସ୍ବାସ୍ଥ୍ୟକର୍ମୀ । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ କହିଛନ୍ତି ।

କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ । ବେଡ୍ ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ତାଲିମ ଦିଆଯିବ । ଏଥି ସହ କରୋନାର ତୃତୀୟ ଲହର ମୁକାବିଲା ପାଇଁ ୩ହଜାର ବେଡ୍, ୨ହଜାର ୩୯୦ ଆଇସୋଲେସନ ବେଡ୍ ଏବଂ ୬୧୦ ICU ବେଡ୍ ପ୍ରସ୍ତୁତ ରଖାଯାଇଛି । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ୍ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button