Breaking PLUSଦୁର୍ଘଟଣାମୁଖ୍ୟ ଖବର
ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଇଟା ବୋଝେଇ ଟ୍ରକ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ଟ୍ରକ ଉମରକୋଟ ରୁ ଇଟା ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିବା ସୂଚନା ମିଳିଛି। ତେବେ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ଉମରକୋଟ ଠାରୁ ଇଟା ଲୋଡ଼ କରି ଟ୍ରକଟି ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିଲା।ତେବେ ଆଜି ପ୍ରାୟ ସନ୍ଧ୍ୟା ୫ଘଂଟା ସମୟରେ ଚନ୍ଦାହାଣ୍ଡି ଘାଟିରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।