ଦେଶବଲିଉଡମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର
ମୁକ୍ତିଲାଭ କଲା ‘ଏକ୍ ଭିଲେନ୍ ରିଟର୍ନସ’

ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍ ଭିଲେନ୍ ରିଟର୍ନସ’ । ଏହି ଫିଲ୍ମଟି ୨୦୧୪ରେ ରିଲିଜ୍ ହୋଇଥିବା ‘ଏକ୍ ଭିଲେନ୍’ର ସିକ୍ୱେଲ । ଫିଲ୍ମକୁ ମୋହିତ୍ ସୁରି ନିର୍ଦ୍ଦେଶନା ଦେଇଥିବାବଳେ ଦିଶା ପଟାନି, ଅର୍ଜୁନ କପୁର୍, ଜନ୍ ଆବ୍ରହମ୍ ଏବଂ ତାର ସୂତାରିଆଙ୍କୁ ଦେଖିବାକୁ ପାଇବେ ଦର୍ଶକ।
ପୂର୍ବରୁ ଏହାର ଟ୍ରେଲର୍ ରିଲିଜ୍ ପରେ ଦର୍ଶକ ବେଶ୍ ପସନ୍ଦ କରିବା ସହ ଫିଲ୍ମର ଗୀତକୁ ମଧ୍ୟ ପସନ୍ଦ କରିଛନ୍ତି। ‘ଏକ୍ ଭିଲେନ୍’ରିଲିଜ୍ ହେବା ପରେ ବକ୍ସ ଅଫିସ୍ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ତେବେ ‘ଏକ୍ ଭିଲେନ୍ ରିଟର୍ନସ’ ମଧ୍ୟ ରେକର୍ଡ କରିବ ବୋଲି ଆଶା ରହିଛି।