୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାପାନର ଜଣେ ଯୁବକ ମଣିଷରୁ ବନିଲେ କୁକୁର
ଟୋକୟୋ: ଜାପାନର ଜଣେ ବ୍ୟକ୍ତିଙ୍କ ଅଜବ କାରନାମା ପାଇଁ ସବୁଠି ସେ ଚର୍ଚ୍ଚାରେ ଅଛନ୍ତି । ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାପାନର ଟୋକୋ ନାମକ ଜଣେ ଯୁବକ କୁକୁର ବେଶ ଧାରଣ କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି ‘ମୋ ଜୀବନର ସ୍ୱପ୍ନ ଥିଲା’। ଏହି ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଜାପାନର ଗଣମାଧ୍ୟମ ମୁତାବିକ ଜେଟପେଟ୍ ନାମକ ଏକ କମ୍ପାନୀ କୁକୁର ବନିବା ଲାଗି ଟୋକୋଙ୍କୁ ସହଯୋଗ କରିଛନ୍ତି । ଏହି କମ୍ପାନୀ ଫିଲ୍ମ ଓ ବିଜ୍ଞାପନ ଲାଗି କଷ୍ଟ୍ୟୁମ ବନାଇବା କାମ କରିଥାଏ । କୁକୁର ଭଳି କଷ୍ଟ୍ୟୁମ୍ ବନାଇବା ଲାଗି କମ୍ପାନୀ ନେଇଛି ୨୦ ଲକ୍ଷ ୟୁଆନ୍ । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୨ ଲକ୍ଷ ଟଙ୍କା । ଏହି ପୋଷାକ ବନାଇବା ଲାଗି ୪୦ ଦିନ ସମୟ ଲାଗିଥିଲା । କୋଲି ବ୍ରିଡର କୁକୁର ରୂପ ନେଇଛନ୍ତି ଟୋକୋ। ଏନେଇ ସେ କହିଛନ୍ତି କୁକୁର ମୋର୍ ଖୁବ୍ ପସନ୍ଦ । କୋଲି ବ୍ରିଡ୍ ଏତେ ବଡ ଯେ ତା’ର କଷ୍ଟ୍ୟୁମ ମଧ୍ୟରେ ଜଣେ ମଣିଷ ଆରାମରେ ଫିଟ୍ ହୋଇପାରିବ । କଷ୍ଟ୍ୟୁମ ପିନ୍ଧିବା ପରେ ଆପଣ ହାତ ଗୋଡ ବି ହଲାଇ ପାରିବେ । କିନ୍ତୁ ସେଥିରେ କିଛିଟା ପ୍ରତିବନ୍ଧକ ବି ରହିଛି ।