ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଥାନା ସମ୍ମୁଖରେ ପେଟ୍ରୋଲ ଢ଼ାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ଜଳିଗଲା ଶରୀରର ୯୦ଭାଗ

ସାଲେପୁର : ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢ଼ାଲି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଜଳିଗଲା ଶରୀରର ପ୍ରାୟ ୯୦ ଭାଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ । ସ୍ଥାନୀୟଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଗୁଣନିଧି ବିଷୋଇ । ତେବେ କେଉଁ କାରଣରୁ ଯୁବକ ଦେହରେ ନିଆଁ ଲଗାଇଲେ ତାହା ଜଣା ପଡିନାହିଁ। ପୋଲିସ ମାମଲାର ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ,ଆଜି ସକାଳେ ଜଣେ ଯୁବକ କିଶନ ଥାନା​‌ ପରିସରରେ ଭିତକୁ ଆସି ପସି ଆସିଥିଲେ ଯୁବକ। କିଏ କିଛି ଜାଣିବା ପୂର୍ବ ହଠାତ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଜରେ ନିଆଁ ଲଗାଇ ଦେଇଥିଲେ। ଚାହୁଁ ଚାହୁଁ ଶରୀର ୯୦ ପ୍ରତିଶତ ଅଂଶ ପୋଡି ହୋଇଯାଇଥିଲା । ପାଖରେ ଥିବା ପୋଲିସ ଓ କିଛି ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏନେଇ ପୋଲସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Show More

Related Articles

Back to top button