ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଗିରଫ ହେଲେ ଆମ୍‌ ଆଦମୀ ପାର୍ଟିର ବିଧାୟକ ଅମନତୁଲ୍ଲା ଖାନ

ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ଆମ୍‌ ଆଦମୀ ପାର୍ଟିର ବିଧାୟକ ଅମନତୁଲ୍ଲା ଖାନ। ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ୨୦୨୦ ମସିହାରେ ଏସିବି ଦୁର୍ନୀତି ନିରୋଧ ଆଇନ୍‌ ଅନୁଯାୟୀ ଗୋଟିଏ ଏଫଆଇଆର ରୁଜୁ କରିଥିଲା। ଏହାର ୨ ବର୍ଷ ପରେ ବିଧାୟକ ଖାନଙ୍କୁ ଗିରଫ କରାଯାଇଛି। ଏସିବି ମୁଖ୍ୟ ମଧୁର ବର୍ମା କହିଛନ୍ତି, ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏସିବି ଶୁକ୍ରବାର ରେଡ୍‌ କରିଥିଲା। ଏହି ସମୟରେ ନଗଦ ୨୪ ଲକ୍ଷ ଟଙ୍କା, ୨ଟି ବେଆଇନ ବନ୍ଧୁକ ଓ ଗୁଳିଗୋଳା ମିଳିଥିଲା। ଏହାବାଦ ଅନେକ ପ୍ରକାରର ଜମିଜମା କାଗଜପତ୍ର ଓ ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ମଧ୍ୟ ଜବତ କରାଯାଇଛି। ଶୁକ୍ରବାର ରେଡ୍‌ ସମୟରେ ବିଧାୟକ ଅମନତୁଲ୍ଲା ଖାନଙ୍କ ଠିକଣାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ମିଳିଥିଲା। ସେ ଦୁର୍ନୀତି କରିଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଏସିବିର ସୂତ୍ର ଅନୁଯାୟୀ, ବାଟଲା ହାଉସରେ ରହୁଥିବା ଆପ୍‌ର ୱାର୍ଡ ସଭାପତି କୌଶର ଇମାମ ସିଦ୍ଦିକୀଙ୍କ ପାଖରୁ ବି ଗୋଟିଏ ପିସ୍ତଲ ଓ ନଗଦ ଟଙ୍କା ଜବତ ହୋଇଛି। ଏ ସମ୍ପର୍କରେ ଏସିବି ଦିଲ୍ଲୀ ପୁଲିସ୍‌କୁ ଜଣାଇଛି। ପୁଲିସ୍‌ ଇମାମଙ୍କ ନାଁରେ ଆର୍ମସ ଆକ୍ଟରେ ଗୋଟିଏ ମାମଲା ରୁଜୁ କରିଛି।

 

Show More

Related Articles

Back to top button