
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ତାଲିକା ପ୍ରକାଶ କଲା ଆମ୍ ଆଦମୀ ପାର୍ଟି । ଏପର୍ଯ୍ୟନ୍ତ ୫୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲାଣି ଆପ୍ । ଆପର ଏହି ୫ମ ତାଲିକାରେ ଭୁଜ ଆସନରୁ ରାଜେଶ ପାଣ୍ଡୋରିଆ, ଇଦର ଆସନରୁ ଜୟନ୍ତୀଭାଇ ପରନାମୀ, ନିକୋଲ ଆସନରୁ ଅଶୋକ ଗଜେରା, ସାବରମତି ଆସନରୁ ଜସୱନ୍ତ ଠାକୋର, ଟାଙ୍କରା ଆସନରୁ ସଞ୍ଜୟ ଭଟସାନା ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି |
ସୂଚନା ଥାଉ କି ଯେ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ଟି ସିଟ୍ ପାଇଥିବାବେଳେ କଂଗ୍ରେସ ୭୭ଟି ସିଟ୍ ପାଇଥିଲା । ଗ୍ରାମାଞ୍ଚଳରେ କଂଗ୍ରେସ ଅଧିକ ସିଟ ପାଇଥିବାବେଳେ ଅଧିକାଂଶ ସହରାଞ୍ଚଳରେ ବିଜେପି ଜିତିଥିଲା । ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ସୁଦ୍ଧା ହେବ ଏବଂ ରାଜ୍ୟରେ ବିଜେପି, କଂଗ୍ରେସ ଓ ଆପ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବ |