ଦେଶସାକ୍ଷାତକାରସେଲିବ୍ରିଟି
ପିଲାଦିନର ସଂଘର୍ଷମୟ କାହାଣୀକୁ ମନେପକାଇ ଭାବବିହ୍ୱଳ ହେଲେ ଆମୀର

ପିଲାଦିନକୁ ମନେ ପକାଇ ଭାବବିହ୍ୱଳ ହେଲେ ଆମୀର । ବଲିଉଡର ସବୁଠୁ ବଡ କଳାକାରମାନଙ୍କ ମଧ୍ୟରେ ଆମୀର ଖାନ ଅନ୍ୟତମ । ତେବେ ନିକଟରେ ଏକ ସାକ୍ଷାତକାର ସମୟରେ ଆମୀର କାନ୍ଦ କାନ୍ଦ ହୋଇ ପିଲାଦିନର ସଂଘର୍ଷମୟ କାହାଣୀକୁ ବଖାଣିଥିଲେ ।
ଆମୀର ଖାନଙ୍କ ବୟସ ଛୋଟ ହେଇଥିଲାବେଳେ ତାଙ୍କ ପରିବାର ଋଣଗ୍ରସ୍ତ ଥିବା ସମୟ କଥାକୁ କହିଥିଲେ । ସେହିପରି ତାଙ୍କ ଭାଇଭଉଣୀମାନେ ଠିକ୍ ସମୟରେ ସ୍କୁଲ୍ ଫି ନ ଦେଇ ପାରୁ ଥିବାରୁ ଆସେମ୍ବଲିରେ ସେମାନଙ୍କ ନାମ ଘୋଷଣା କରିବାକୁ ସ୍କୁଲ୍ ପ୍ରିନ୍ସପାଲଙ୍କ ଦ୍ୱାରା ଚେତାବନୀ ମଧ୍ୟ ଦିଆଯାଇଥିଲା। ୨ ଥର ଚେତାବନୀ ଦେବା ପରେ ସ୍କୁଲ୍ ପ୍ରିନ୍ସପାଲ ତାଙ୍କ ଭରା ସଭାରେ ତାଙ୍କ ନାମକୁ ଘୋଷଣା କରିବାକୁ ଚେତାବନୀ ଦେଇଥିଲେ। ଏହିପରି ଭାବେ ନିଜ ପିଲାଦିନର କଥାକୁ ମନେ ପକାଇ କାନ୍ଦିଥିଲେ ଆମୀର ।