Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଦିଲ୍ଲୀ ମଦ ନୀତି ମାମଲା, ଆପ ସାଂସଦ ସଞ୍ଜୟ ସିଂ ଗିରଫ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ତାଙ୍କ ଦିଲ୍ଲୀ ବାସଭବନରୁ ଇଡି ଗିରଫ କରିଛି। ଶ୍ରୀ ସିଂ ହେଉଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ଦଳର ତୃତୀୟ ନେତା। ଏହା ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜେନା ଏବଂ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଶ୍ରୀ ସିଂଙ୍କ ଗିରଫ ପରେ ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦେବା କହିଛନ୍ତି ଯେ ସତ୍ୟ ଲୁଚାଯାଇପାରିବ ନାହିଁ। ସେ କହିଛନ୍ତି ଯେ ଦିଲ୍ଲୀ ଅବକାରୀ ନୀତି ଲାଗୁ କରିବାରେ ଶ୍ରୀ ସିଂ ଲାଞ୍ଚ ନେଇଛନ୍ତି।