Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଜୁଏଲାରୀ ଦୋକାନରୁ 25କୋଟିର ଅଳଙ୍କାର ଚୋରି ଘଟଣା, ଜଣେ ଗିରଫ

ନୂଆଦିଲ୍ଲୀ- ଦିଲ୍ଲୀର ଦକ୍ଷିଣ-ପୂର୍ବ ଜିଲ୍ଲାର ଜଙ୍ଗପୁରା ଅଞ୍ଚଳ ଅନ୍ତର୍ଗତ ଭୋଗଳରେ ଥିବା ଏକ ଜୁଏଲାରୀ ସୋରୁମରୁ 25 କୋଟି ଟଙ୍କାର ସୁନା ଅଳଙ୍କାର ଚୋରି ମାମଲାରେ ଛତିଶଗଡ ପୋଲିସ ଲୋକେଶ ନାମକ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ପୋଲିସ ଚୋରି ସାମଗ୍ରୀ ଉଦ୍ଧାର କରିଛି । ରବିବାର ରାତିରେ ଜୁଏଲାରୀ ଦୋକାନରୁ ଅଳଙ୍କାର ଚୋରି ହୋଇଥିଲା ।
ଭୋଗଳ ଅଞ୍ଚଳର ଜଙ୍ଗପୁରା ମାର୍କେଟରେ ଓମରାଓ ସିଂହ ଜୁଏଲାରୀ ସୋରୁମ ରହିଛି । ମଙ୍ଗଳବାର ସକାଳେ ସୋରୁମ ମାଲିକ ସଞ୍ଜୀବ ଜୈନ ଦୋକାନ ଖୋଲିବା ମାତ୍ରେ ଦୋକାନରେ କେବଳ ଧୂଳି ଭର୍ତ୍ତି ହୋଇଥିଲା । ଯେତେବେଳେ ସେ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲେ ପୂରା ସୁନା ଅଳଙ୍କାର ଗାଏବ ହୋଇଯାଇଥିଲା, ଏବଂ ଏହାକୁ ଦେଖି ସେ ଚମକି ପଡିଥିଲେ ।
ତେବେ ଅଭିଯୋଗ ପରେ ଛାନଭିନ କରି ପୋଲିସ ଲୋକେଶ ନାମକ ଯୁବକଙ୍କୁ ଗିରଫ କରିଛି । ପୂର୍ବରୁ ଲୋକେଶ ଆହୁରି 7ଟି ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ଦୁର୍ଗ ସ୍ଥିତ ସ୍ମୃତିନଗର ଥାନା ପୋଲିସ ତାକୁ ଗିରଫକୁ ନେଇଛି । ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ଲୋକେଶ ନିକଟରୁ ସାଢେ 12ଲକ୍ଷ ଟଙ୍କା ଜବତ ହୋଇଛି । ଜଙ୍ଗପୁରା ଚୋରି ଘଟଣାରେ 18.5 କିଲୋ ସୁନା ଏବଂ ହୀରାର ଗହଣା ଲୋକେଶ ନିକଟରୁ ଉଦ୍ଧାର କରାଯାଇଛି ।

Show More

Related Articles

Back to top button