Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଆକ୍ରମଣ ଘଟଣା, ଅଭଯୁକ୍ତ ଗିରଫ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରାଜେଶ ଦାସକୁ ଗିରଫ କରାଯାଇଛି ବୋଲି ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସ୍‌‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ଫୋନରେ ଯୋଗାଯୋଗ ଥିଲା। ମେଟକାନି ମନ୍ଦିର ପାଖ ପଡ଼ିଆରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତ ଏକ ଇଟାରେ ପିଟି ଛାତ୍ରୀଙ୍କ ଆକ୍ରମଣ କରିଥିଲା। ଅଭିଯୁକ୍ତର ଆକ୍ରମଣରେ ଛାତ୍ରୀ ଜଣକ ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଗୁରୁତର ଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ଏବା ତାଙ୍କ ଅବସ୍ଥାରେ ଉନ୍ନତି ଆସୁଛି। ପ୍ରାଥମିକ ତଦନ୍ତ ପରେ ସମ୍ବଲପୁର ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରାଜେଶ ଦାସକୁ ବୁର୍ଲା ଥାନା ପୁଲିସ ଗିରଫ କରିଛି ଓ ତଦନ୍ତ ଜାରି ରହିଛି ବୋଲି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସ୍‌‌ପି ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button