Breaking PLUSଦେଶମୁଖ୍ୟ ଖବର
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଅଭିନେତା ଧର୍ମେନ୍ଦ୍ର

ଲକ୍ଷ୍ନୌ- ଫିଲ୍ମ ଅଭିନେତା ଧର୍ମେନ୍ଦ୍ର ଶନିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାଗତ କରିଥିଲେ ।
ଅଭିନେତା ଧର୍ମେନ୍ଦ୍ର ଗୁରୁବାର ଫିଲ୍ମ ଇକ୍କିସର ସୁଟିଂ କରିଥିଲେ । ଏହି ସୁଟିଂ ପାଇଁ ସେ ଲକ୍ଷ୍ନୌରେ ଥିଲେ । ଏହି ଫିଲ୍ମର କାହାଣୀ ପରମବୀର ଚକ୍ର ବିଜେତା ସେକେଣ୍ଡ ଲେଫ୍ଟିନାଣ୍ଟ ଅରୁଣ କ୍ଷେତ୍ରପାଲଙ୍କ ଜୀବନ ଉପରେ ଆଧାରିତ ।