ଦେଶସ୍ୱତନ୍ତ୍ର

ଅଫେରା ପଥରେ ଅଭିନେତା ରସିକ୍ ଦବେ

ଅଫେରା ପଥରେ ଅଭିନେତା ରସିକ୍ ଦବେ । ଟିଭି ସିରିଏଲ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୁ ଥି’ ଏବଂ ‘ବାଲିକା ବଧୁ-୨ର ଅଭିନେତା ରସିକ୍ ଦବେ ଆଉ ନାହାଁନ୍ତି । ମୃତ୍ୟୁ ବେଳକୁ ତାଙ୍କୁ  ୬୫ ବର୍ଷ ବୟସ ହୋଇଥିଲା । ତେବେ ଖବରଟି ତାଙ୍କ ପ୍ରଶଂସକମାନେ ସହଜେ ବିଶ୍ୱାସ କରି ପାରୁନାହାଁନ୍ତି । ଏହି ଦୁଃଖଦ ଖବର ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ , ରସିକ୍ ଗତ ଦୁଇ ବର୍ଷ ଧରି ଡାୟଲିସିସରେ ପୀଡିତ ଥିଲେ। ଏନେଇ କିଡନୀ ବାର ବାର ଖରାପ ହେଉଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଆଜି ସକାଳ ୭ଟାରେ ତାଙ୍କର ଅନ୍ତିମସଂସ୍କାର କରାଯାଇଥିଲା। ରସିକଙ୍କ ମୃତ୍ୟୁରେ ପ୍ରଶଂସକଙ୍କ ସହ ଅନେକ କଳାକାର ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

କେତକୀ ଦବେଙ୍କ ସ୍ୱାମୀ ରସିକ୍ ଦବେ ଜଣେ ଗୁଜୁରାଟୀ ଥିଏଟର କଳାକାର ଥିଲେ। ସେ ଅନେକ ଟିଭି ଶୋ’ରେ ଅଭିନୟ କରିଥିଲେ।

 

Show More

Related Articles

Back to top button