ଅପରାଧଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି

ପାହାଳ ଥାନାରେ ଅଟକ ଅଛନ୍ତି ଅଭିନେତା ସୁମନ

ଜଣେ ଯୁବତୀଙ୍କ ସହିତ ଦୁଇବର୍ଷ ଧରି ଏକତ୍ର ରହିଆସୁଥିଲେ ଏହି ଅଭିନେତା ଜଣଙ୍କ ।

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଭ୍ ଧୋକା । ଜଣେ ଓଡିଆ ସିରିଏଲ୍ ଅଭିନେତା କରିଛନ୍ତି ଏଭଳି କାରଣ୍ଡାମା । ଏମ ସୁମନ କୁମାର ନାମକ ଜଣେ ଅଭିନେତାଙ୍କୁ ପୋଲିସ ପାହାଳ ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଜଣେ ଯୁବତୀଙ୍କ ସହିତ ଦୁଇବର୍ଷ ଧରି ଏକତ୍ର ରହିଆସୁଥିଲେ ଏହି ଅଭିନେତା ଜଣଙ୍କ । ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କରେ ମଧ୍ୟ ଯୁବକ ଜଣଙ୍କ ରହିଆସୁଥିବା ଅଭିଯୋଗ ହୋଇଛି । ସେପଟେ ଏତେ ଦିନର ସମ୍ପର୍କରେ ରହିବା ପରେ ଯୁବତୀଙ୍କୁ ଯୁବକ ଜଣଙ୍କ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ପରେ ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି  ।

Show More

Related Articles

Back to top button