Breaking PLUSଦେଶମୁଖ୍ୟ ଖବରରାଜନୀତି

ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଆସାମ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି

ଗୌହ୍ୱାଟୀ- ରାଜ୍ୟରେ ଆଇନ ବ୍ୟବସ୍ଥା ପାଇଁ ଆସାମ ପୋଲିସ ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦ୍ୱାରା ଆୟୋଜିତ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ପରାମର୍ଶବଳୀ ଜାରି କରାଯାଇଛି । ଆଡଭାଇଜରୀ ଅନୁସାରେ ନିର୍ଦ୍ଧାରିତ ସ୍ଥାନରେ ହିଁ ରହିବାକୁ ଅନୁମତି ମିଳିବ ।
କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ଏହି ନିର୍ଦ୍ଦେଶ ଜାରି କରିଛି । ଆଡଭାଇଜାରୀ ଅନୁସାରେ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି ଯେ, ରାହୁଲ ଗାନ୍ଧି ଏଏସଏଲର ପ୍ରସ୍ତାବ ଉପରେ କାଏମ ରୁହନ୍ତୁ, କାହିଁକି ନା ଜେଡ୍ ଶ୍ରେଣୀ ଏଏସଏଲ ପିପି ଆୟୋଜନର ଅଂଶ ଅଟେ ।ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ଆଗୁଆ ସୂଚନା ଦେଇ ଗାଡି ଛାଡିବାକୁ ଏଏସଏଲ ପିପିକୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button