ଦେଶପାଣିପାଗ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ଫୌଜାବାଦର ୯୩ କିଲୋମିଟର ଦକ୍ଷିଣ-ପୂର୍ବରେ ୧୫୦ କିଲୋମିଟର ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ରିଚ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ , ଗୁରୁବାର ବିଳମ୍ବିତ ରାତି ୧୨ଟା ୩୮ ମିନିଟରେ ଆଫଗାନିସ୍ତାନର ଫୌଜାବାଦର ଭୂକମ୍ପ ହୋଇଥଲା। ତେବେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଏହାପୂର୍ବରୁ ଜୁନ୍ ମାସରେ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ହୋଇଥିଲା। ଏଥିରେ ୧୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଜାତିସଂଘ ଅନୁଯାୟୀ ଏହି ଭୂକମ୍ପରେ ୧୫୫ ଶିଶୁଙ୍କର ମୃତ୍ୟୁ ଘଟିଛି। ଭୂକମ୍ପ ଯୋଗୁଁ ପ୍ରାୟ ୬୫ ପିଲା ଅନାଥ ହୋଇଯାଇଥିଲେ। ଆଫଗାନିସ୍ତାନରେ ଜୁନ୍ ଭୂକମ୍ପ ୬.୧ ମାପିଥିଲା ଏବଂ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଆଫଗାନିସ୍ତାନର ଦକ୍ଷିଣ ପୂର୍ବରେ ଏହାର ଭୂକମ୍ପ ଥିଲା। ଆଫଗାନିସ୍ତାନର ପୂର୍ବ ପାକ୍ଟିକା ପ୍ରଦେଶରେ ଏହି ଭୟଙ୍କର ଭୂକମ୍ପ ଘଟିଛି।

 

Show More

Related Articles

Back to top button