ଦେଶ ବିଦେଶପାଣିପାଗ

ଭୂକମ୍ପରେ ଥରିଲା ଆଫଗାନିସ୍ଥାନ,ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଜି ଭୋର ୫ଟା ୨୨ ଆଫଗାନର ହିନ୍ଦୁ କୁଶ ଅଞ୍ଚଳରେ ମିନିଟରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

୧୨୦ କିଲୋମିଟର ଭୂକମ୍ପର ଗଭୀରତା ହୋଇଥିବା ବେଳେ ଏହାର ଅକ୍ଷାଂଶ ରହିଛି ୩୬.୦୧ । ସେହିପରି ଦ୍ରାଘିମା ରହିଛି ୭୦.୭୧ । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଆଫଗାନର ଫାୟାଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ ହୋଇଥିଲା । ଭୂକମ୍ପର ଗଭୀରତା ୧୫୦ କିଲୋମିଟର ହୋଇଥିବା ବେଳେ ଏହା ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୯୩ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା ।

 

Show More

Related Articles

Back to top button