ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ବେଣୁଗୋପାଳଙ୍କ ପରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ । ଗତ ୨୦୧୪ରୁ ୨୦୧୭ ମଧ୍ୟରେ ୩ ବର୍ଷ ପାଇଁ ମୁକୁଲ ଏଜି ପଦରେ ରହିଥିବାବେଳେ ବର୍ତ୍ତମାନ ବେଣୁଗୋପାଳଙ୍କ ସ୍ଥାନରେ ଅବସ୍ଥାପିତ ହେବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ ।

ଅନ୍ୟପଟେ ସରକାରଙ୍କ ତରଫରୁ ବେଣୁଗୋପାଳଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କୁହାଯାଇଥିବାବେଳେ ତାଙ୍କର ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟ କାରଣରୁ ସେ ଏହାକୁ ଗ୍ରହଣ କରିନଥିଲେ । ତେଣୁ ବେଣୁଗୋପାଳଙ୍କ ପରେ ବର୍ତ୍ତମାନ ମୁକୁଲ ଏଜି ଦାୟିତ୍ୱ ସମ୍ଭାଳିବେ ।

ଗତ ୨୦୧୪ରେ ପ୍ରଥମ ଥର ପାଇଁ ୩ ବର୍ଷ ପାଇଁ ମୁକୁଲଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୧୭ ଜୁନ ମାସରେ ମୁକୁଲି ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା । ୨୦୨୦ରେ ତାଙ୍କର କାର୍ୟ୍ୟକାଳ ସମାପ୍ତ ହୋଇଥିଲେ ହେଁ ତାହାକୁ ଏକ ଏକ ବର୍ଷ ଦୁଇ ଥର ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ଜୁନରେ ପୁଣି ଥରେ ତାଙ୍କର କାର୍ୟ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା । ଗତ ସପ୍ତାହରେ ମୁକୁଲଙ୍କ ନିଯୁକ୍ତି ଉପରେ ଆଲୋଚନା କରିବା ପାଇଁ ବୈଠକ ବସିଥିଲା । ଏନେଇ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।

Show More

Related Articles

Back to top button