Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର- ମାର୍ଚ୍ଚ 30ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ 8 ଥିଲା କିନ୍ତୁ ମାର୍ଚ୍ଚ 30 ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା । ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି । ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି । ତେଣୁ ଯାହାର 5 ଏକର ଜମି ଅଛି ବା ନାହିଁ, ଏହି ଦ୍ଵନ୍ଦ ପାଇଁ ଡିସେମ୍ବର 30 ଯାଏଁ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଏହି ସମୟ ଅବଧିକୁ ଜାନୁଆରୀ 15 ଯାଏଁ ବୃଦ୍ଧି କରାଯାଇଛି । ତେଣୁ ଜାନୁଆରୀ 15 ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button