
କରୋନାରୁ ସୁସ୍ଥ ହେବା ପରେ ମଣିଷ ଶରୀରରେ ଦ୍ରୁତ ଗତିରେ କମୁଛି ବ୍ଲଡ୍ ପ୍ଲେଟଲେଟେସ୍ । ଏହାକୁ ନଜରଅନ୍ଦାଜ ନକରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ସାଧାରଣତଃ କୌଣସି ଭାଇରସ ଇନ୍ଫେକ୍ସନ ହେଲେ ବ୍ଲଡ୍ ପ୍ଲେଟ୍ଲେଟେସ୍ ହ୍ରାସ ପାଇଥାଏ । ଇନ୍ଫେକ୍ସନ ଠିକ୍ ହୋଇଗଲେ ପ୍ଲେଟଲେଟ୍ସ୍ ଆପେ ସାମନ୍ୟ ସ୍ଥିତିକୁ ଚାଲିଆସେ । ହେଲେ କିଛି କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏଭଳି ହେଉନାହିଁ । କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ବ୍ଲଡ୍ ପ୍ଲେଟଲେଟ୍ସ କମିଥିବା ଦେଖିବାକୁ ମିଳୁଛି ।କରୋନାରୁ ସୁସ୍ଥ ହେବା ପରେ ବି ଅବହେଳା କରନ୍ତୁ ନାହିଁ । ଆପଣଙ୍କ ଶରୀରରେ ଦ୍ରୁତଗତିରେ ହ୍ରାସ ପାଇପାରେ ବ୍ଲଡ୍ ପ୍ଲେଟ୍ଲେଟସ୍ । କିଛି ଲୋକଙ୍କ କ୍ଷେତ୍ରରେ ସାନାକୁ ଆସିଛି ଏଭଳି ସମସ୍ୟା । ଯେଉଁମାନଙ୍କ ଶରୀରରେ ବ୍ଲଡ୍ ପ୍ଲେଟଲେଟସ୍ ୧୦ହଜାରରୁ ୨୦ହଜାର ମଧ୍ୟରେ ରହୁଥିବା ଦେଖାଯାଇଛି । ଏମିତିକି ଜଣେ ୮୫ବର୍ଷୀୟ ରୋଗୀଙ୍କ ଶରୀରରେ ବ୍ଲଡ୍ ପ୍ଲେଟଲେଟସ୍ ସଂଖ୍ୟା ୨ହଜାରକୁ ଖସିଆସିଥିଲା । ମଣିଷ ଶରୀରରେ ବ୍ଲଡ୍ ପ୍ଲେଟ୍ଲେଟସ୍ ସଂଖ୍ୟା ଦେଢ଼ଲକ୍ଷରୁ ୪ଲକ୍ଷ ଭିତରେ ରହିବା କଥା ହେଲେ କରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଚିନ୍ତା ବଢ଼ାଇଛି ।
ସାଧାରଣତଃ କୌଣସି ଭାଇରସ ସଂକ୍ରମଣ ହେଲେ ବ୍ଲଡ୍ ପ୍ଲେଟ୍ଲେଟ୍ସ୍ ହ୍ରାସ ପାଇଥାଏ । ଇନ୍ଫେକ୍ସନ ଠିକ୍ ହୋଇଗଲେ ପ୍ଲେଟଲେଟ୍ସ୍ ଆପେ ସାମନ୍ୟ ସ୍ଥିତିକୁ ଚାଲିଆସେ ।ଯଦି କୌଣସି ବ୍ୟକ୍ତିଙ୍କର ବ୍ଲଡ୍ ପ୍ଲେଟ୍ଲେଟସ୍ ସଂଖ୍ୟା ୫୦ହଜାରରୁ ଅଧିକ ହ୍ରାସ ପାଏ ଏବଂ ଦାନ୍ତର ମାଢ଼ି କିମ୍ବା ନାକରୁ ରକ୍ତ ବାହାରେ ତାହେଲେ ଏହାକୁ ନେଇ ଚିନ୍ତା ବଢ଼ିବା ସ୍ବାଭାବିକ ।ଡାକ୍ତରଙ୍କ କହିବା କଥା କରୋନା ପରେ ମଣିଷ ଶରୀରରୁ ବ୍ଲଡ୍ ପ୍ଲେଟ୍ଲେଟସ୍ ସଂଖ୍ୟା ହ୍ରାସ ପାଇବାର ବିଭିନ୍ନ କାରଣ ହୋଇପାରେ । ଯେମିତିକି ଇନ୍ଫେକ୍ସନ ଠିକ୍ କରିବାକୁ ଏବଂ ରକ୍ତ ପତଳା କରିବାକୁ ଦିଆଯାଇଥିବା ମେଡିସିନ୍, ରୋଗ ପ୍ରତିରୋଧକ ଶକ୍ତି କମିବା ଇତ୍ୟାଦି । ତେବେ କରୋନାରୁ ସୁସ୍ଥ ହେବା ପରେ ରୋଗୀ ନିଜର ଖାଦ୍ୟପେୟ, ବିଶ୍ରାମ ସମୟ ଉପରେ ଅଧିକ ଗୁରୁତ୍ବ ଦେବା ଦରକାର । ନିଜକୁ ସୁସ୍ଥ ରଖିବାକୁ ଅଧିକ ପରିମାଣରେ ଅମୃତଭଣ୍ଡା, ପାଳଙ୍ଗ ସାଗ, କିଓ୍ବି, ଟମାଟ, ବ୍ରୋକଲି ଖାଇବା ଉଚିତ୍ । ଏସବୁ ମଣିଷ ଶରୀରରେ ବ୍ଲଡ୍ କ୍ଲଟଲେଟସ୍ ସଂଖ୍ୟାକୁ ଦ୍ରୁତ ଗତିରେ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।