Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ସୋନିଆ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରୁ ତାଙ୍କ ବାସ ଭବନକୁ ଫେରିଛନ୍ତି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଘରେ ରହି ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିବ । କୋଭିଡ ସଂକ୍ରମିତ ହେବା ପରେ ସୋନିଆ ଗତ ରବିବାର ହସ୍ପିଟାଲରେ ଆଡମିଶନ ହୋଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ବାର୍ତା ମୁଖ୍ୟ ଜୟରାମ ରମେଶ ଟ୍ୱିଟ୍ କରି ସୋନିଆଙ୍କ ଘରକୁ ଫେରିବା ସୂଚନା ଦେଇଛନ୍ତି । ଆଡମିଶନ ପରେ ଜଣାପଡ଼ିଥିଲା ଯେ, ତାଙ୍କର ଲୋୟର ରେସ୍ପିରେଟୋରୀ ଟ୍ରାକ୍ଟ ସଂକ୍ରମିତ । ଏହା ସହ ତାଙ୍କର ଫଙ୍ଗଲ ସଂକ୍ରମଣ ମଧ୍ୟ ହୋଇଥିଲା । ହସ୍ପିଟାଲରେ ଥିବା ସମୟରେ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସୋନିଆଙ୍କୁ ଭେଟୁଥିଲେ । ଇଡି ଜେରା ପାଇଁ ଧାର୍ଯ୍ୟ କରିଥିବା ଦୁଇ ଦିନ ଆଗରୁ ସୋନିଆ ହସ୍ପିଟାଲରୁ ଫେରିଛନ୍ତି । ଜୁନ ୨୩ରେ ଇଡି ନିକଟରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ ଜାରି ହୋଇଛି । ନେଶନାଲ ହେରାଲ୍ଡ ସମ୍ବନ୍ଧିତ ଆର୍ଥିକ ହେରଫେର ମାମଲାରେ ଇଡି ସୋନିଆଙ୍କୁ ଜେରା କରିବ । ପୂର୍ବରୁ ପୁଅ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି ହୋଇଥିବା ବେଳେ ରାହୁଲ ଇଡି ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରୁଛନ୍ତି । ସୋନିଆ ଗାନ୍ଧି ଏପର୍ଯ୍ୟନ୍ତ ସଂମୂର୍ଣ୍ଣ ଭାବରେ ଠିକ୍ ହୋଇନାହାନ୍ତି ।

 

Show More

Related Articles

Back to top button