Breaking PLUSମୁଖ୍ୟ ଖବରସ୍ୱାସ୍ଥ୍ୟ
ସୋନିଆଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନା ପଜିଟିଭ

ନୂଆଦୀଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୋଭିଡ ପଜିଟିଭ ହେବାର ପରଦିନ ତାଙ୍କ ଝିଅ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କୋଭିଡ ପଜିଟିଭ ବୋଲି ସୂଚନା ଦେଇଛନ୍ତି। ସେ ଏହି ସୂଚନା ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ସେୟାର କରିଛନ୍ତି। ଟୁଇଟ୍ କରିବାବେଳେ, ସାମାନ୍ୟ ଲକ୍ଷଣ ସହିତ ମୋର କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସେ କହିଛନ୍ତି । ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରି, ମୁଁ ନିଜକୁ ଆଇସୋଲେସନରେ ରଖିଛି। ଯେଉଁମାନେ ମୋ ଯୋଗାଯୋଗରେ ଆସିଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ପ୍ରକାଶ ଯୋଗ୍ୟ ଯେ, ସୋନିଆ ଗାନ୍ଧୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ୱର ହେବା ସହିତ କୋଭିଡର ଲକ୍ଷଣ ଦେଖାଇବା ପରେ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛନ୍ତି।