Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବଢୁଛି କୋଭିଡ ଆତଙ୍କ, ମୁମ୍ବାଇରେ 2 ଆକ୍ରାନ୍ତଙ୍କ ମୃତ୍ୟୁ

ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ବଢୁଛି ଭୟ ! ସ୍ଥିତି ଉପରେ ନଜର ରଖିଛନ୍ତି ଭାରତ ସରକାର । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସରିଛି । ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଅଛନ୍ତି ।

ମୁମ୍ବାଇରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇରେ କେଇଏମ୍‌ ହସ୍ପିଟାଲରେ ୨ ଚିକିତ୍ସିତଙ୍କ ମୃତ୍ୟୁ ଘଟିଛି । ସେମାନେ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିିକିତ୍ସିତ ଥିଲେ । ୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ କର୍କଟ ରୋଗରେ ପୀଡିତ ଥିଲେ । ଆଉ ଜଣେ ୧୩ ବର୍ଷୀୟ ନାବାଳିକା କିଡ୍‌ନୀ ରୋଗ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button