ବଢ଼ିଲା ସୁନାଦର, ରୁପା ଦାମ ୬୨ ହଜାର ଟଙ୍କା ପାର୍

ବଜାରରେ ସୁନା ୧୦ ଗ୍ରାମ ପିଛା ୪୯ହଜାର ଟଙ୍କା ପାଖାପାଖି ପହଞ୍ଚିଥିବା ବେଳେ ରୁପା କିଲୋପିଛା ୬୨ ହଜାର ଟଙ୍କାରୁ ଅଧିକ ରହିଛି । ଫଳରେ ବଜାରରେ ୨୪ କ୍ୟାରେଟ୍ ସୁନାର ସର୍ବକାଳୀନ ଦାମ୍ ୧୦ଗ୍ରାମ ପ୍ରତି ୭୯୯୯ ଟଙ୍କା କମି ୫୬,୧୨୬ ଟଙ୍କା ରହିଛି । ସେହିଭଳି ରୁପାର ସର୍ବକାଳୀନ ଦାମ ଚଳିତ ବର୍ଷ ୧୩,୯୦୩ ଟଙ୍କା ଶସ୍ତା ହୋଇଛି। ଫଳରେ ପୂର୍ବରୁ କିଲୋ ପିଛା ୭୬,୦୦୪ ଟଙ୍କା ଥିବା ରୁପାଦାମରେ ହ୍ରାସ ପାଇଛି । ମଙ୍ଗଳବାର କିନ୍ତୁ ରୁପା ଦାମ ସାମାନ୍ୟ ବୃଦ୍ଧିପାଇଛି । ଆଜି ରୁପାର ଦାମ ୬୮୯ ଟଙ୍କା ବଢ଼ି ୬୨, ୧୦୫ ଟଙ୍କାରେ ପହଞ୍ଚି ଯାଇଛି। ଇଣ୍ଡିଆ ବୁଲିୟଂସ ଆସୋସିଏସନ ଦ୍ୱାରା ଜାରି କରାଯାଇଥିବା ଦର ମୁତାବକ ଆଜି ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ସୋମବାର ଦାମ ତୁଳନାରେ ୮୪ ଟଙ୍କା ବଢ଼ି ୪୮,୨୫୫ ଟଙ୍କା ହୋଇଛି। ସେହିପରି ଆଜି ୨୨ କ୍ୟାରେଟ୍ ସୁନା ଦର ୪୪,୨୦୨ ଟଙ୍କାରେ ରହିଛି । ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଏବେ ୩୬,୧୯୧ ଟଙ୍କା ଏବଂ ୧୪ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପ୍ରତି ୨୮,୨୨୯ଟଙ୍କା ରହିଛି। ତା ସହିତ ଜିଏସ୍ଟି ଏବଂ ତିଆରି ମୂଲ୍ୟ ମଧ୍ୟ ଲାଗୁହେବ ।
ଡଲାର ଓ ଟ୍ରେଜେରୀ ୟିଲ୍ଡରେ ମଧ୍ୟ ସୁନା ଏବଂ ରୁପା ବୃଦ୍ଧି ମୂଲ୍ୟର ପ୍ରଭାବ ପଡିପାରେ । କାରଣ ଏହା ସହିତ ଉଭୟ ଡଲାର ଏବଂ ଟ୍ରେଜେରୀର ପରୋକ୍ଷ ଲିଙ୍କ୍ ରହିଛି । ଆମେରିକା ଅର୍ଥ ବ୍ୟବସ୍ଥାରେ ସୁଧାର ସମ୍ଭାବନା ଓ ସୁଧର ବଢ଼ୁଥିବା ମୂଲ୍ୟ ଯୋଗୁ ଡଲାର ମୂଲ୍ୟ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁଏସ ଫେଡ୍ ଦ୍ୱାରା ଧିରେଧିରେ ସୁଧଦର ବଢ଼ିବ କିନ୍ତୁ ଭାରତ ଓ ଆମେରିକା ବଜାରରେ ପ୍ରଥମରୁ ହିଁ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଯଦି ପୁଣି ଓମିକ୍ରନର ପ୍ରଭାବ ବଢେ ତେବେ ସୁନାଦର ପୁଣି ବଢ଼ିବାର ସମ୍ଭାବନା ରହିଛି। ସୂଚନା ଥାଉକି IBJA (ଇଣ୍ଡିଆନ ବୁଲିୟଂସ ଜୁଏଲାରୀ ଆସୋସିଏସନ) ଦ୍ୱାରା ଜାରି କରାଯାଇଥିବା ମୂଲ୍ୟ ସାରା ଦେଶରେ ସର୍ବମାନ୍ୟ ଅଟେ। କିନ୍ତୁ ଏହି ୱେବ୍ସାଇଟରେ ଦିଆଯାଇଥିବା ମୂଲ୍ୟରେ ଜିଏସଟି ଅନ୍ତର୍ଭୁକ୍ତ ନୁହେଁ। ସୁନା କିଣିବା କିମ୍ବା ବିକ୍ରିକରିବା ସମୟରେ IBJA ମୂଲ୍ୟ ଉଦାହରଣ ସ୍ବରୂପ ଦିଆଯାଇପାରେ । ଇଣ୍ଡିଆନ ବୁଲିୟଂସ ଜୁଏଲାରୀ ଆସୋସିଏସନ ମୁତାବକ ଦେଶସାରା ୧୪ଟି କେନ୍ଦ୍ରରେ ସୁନା ଓ ରୁପାର ବର୍ତ୍ତମାନ ମୂଲ୍ୟରୁ ଆରମ୍ଭ କରି ହାରାହାରି ମୂଲ୍ୟ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରିଛି । ସୁନା ଓ ରୁପାର ମୂଲ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ରହିଥାଏ । କିନ୍ତୁ ଗଢା ମୂଲ୍ୟ ଏବଂ ପରିବହନ ମୂଲ୍ୟ ଯୋଗୁଁ ବିଭିନ୍ନ ସ୍ଥାନରେ ସୁନା ଏବଂ ରୁପା ଦାମ ଅଲଗା ଅଲଗା ରହିଥାଏ ।