ଦେଶ ବିଦେଶ

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ

ପୁଣି ଲାଗୁ ହୋଇ ପାରେକି ତାଲାବନ୍ଦ; ଜାଣନ୍ତୁ ଏନେଇ କଣ କହିଲେ କେଜରିୱାଲ ?

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହରରେ କରୋନା ସଂକ୍ରମଣକୁ ରୋକିବା ଉପରେ ବିଚାର ବିମର୍ଶ କରିବା ପାଇଁ ଏପ୍ରିଲ ୨୦ ତାରିଖରେ ଏକ ବୈଠକ କରିବ। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀରେ ବୁଧବାର ୨୯୯ ଟି ନୂ୍ଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨ ଦିନ ଭିତରେ କରୋନା ମାମଲା ୧୧୮ ପ୍ରତଶତ ବଢ଼ିଛି। ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସଂକ୍ରମଣ ହାର ଏବେ ୨. ୪୯ ରେ ପହଞ୍ଚିଛି । ରାଷ୍ଟ୍ରୀୟ ରାଜଧାନୀରେ ସୋମବାର କୋଭିଡ-୧୯ ର ୧୩୭ଟି ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ ଆସନ୍ତା ସପ୍ତାହ ବୁଧବାର ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ବୈଠକରେ ବର୍ତ୍ତମାନର କରୋନା ପରିସ୍ଥିତିକୁ ନେଇ ଆଲୋଚନା ହେବା ସହିତ ବଢ଼ୁଥିବା କରୋନା ସଂକ୍ରମଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଦିଲ୍ଲୀ ସରକାର କରୋନା ସ୍ଥିତି ଉପରେ ନଜର ରଖିଛନ୍ତି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା କାରଣରୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ସରକାର ବହୁତ ଶୀଘ୍ର କୋଭିଡ-୧୯ ମାମଲା ବଢ଼ୁଥିବା ଦେଖି ବିଦ୍ୟାଳୟ ପାଇଁ ନିର୍ଦ୍ଦେଶାବଳୀ ଜାରି କରିବେ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କିଛି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କୋଭିଡ ସଂକ୍ରମିତ ହୋଇଥିବା ଖବର ଆସିଛି। ଦିଲ୍ଲୀରେ ସଂକ୍ରମଣ ହାର ଗୋଟିଏ ସପ୍ତାହରେ ୦.୫ ପ୍ରତିଶତରୁ ବଢ଼ି ୨.୭୦ ପ୍ରତିଶତରେ ପହଞ୍ଚିଛି। ଏନେଇ ଡାକ୍ତରମାନେ କହିଛନ୍ତିଯେ ଡରିବାର ଆବଶ୍ୟକତା ନାହିଁ କାରଣ ଦୈନିକ ନୂଆ ସଂକ୍ରମଣ ମାମଲା ଏବେବି କମ ରହିଛି। କିନ୍ତୁ ସେମାନେ ସୁରକ୍ଷା ଉପାୟ କମୁଥିବା ନେଇ ଚେତାବନୀ ଜାରି କରିଛନ୍ତି।

Show More

Related Articles

Back to top button