ପୁଣି ଚୀନ ଓ ଭାରତୀୟ ସେନା ମୁହାଁମୁହିଁ
ପୁଣି ଚୀନ ସେନା ଓ ଭାରତୀୟ ସେନା ପୂର୍ବ ଲଦାଖରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ସେନା ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଏବେ ଭାରତୀୟ ସେନା ପକ୍ଷରୁ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି । ଚୀନ୍ ଷଡଯନ୍ତ୍ର ଜାରି ରଖିଥିବାରୁ ଅରୁଣାଚଳ ପ୍ରଦେଶକୁ ନେଇ ଭାରତୀୟ ସେନାର ଚିନ୍ତା ବଢ଼ିବାରେ ଲାଗିଛି । ଏହି ଅଞ୍ଚଳରେ ଏବେ ଭାରତୀୟ ସେନା ସଡକ ଭିତ୍ତିଭୂମିକୁ ସୁଦୃଢ କରିବାରେ ଲାଗିଛି । ସେପଟେ ଚୀନ ମଧ୍ୟ ତାର ସୀମାରେ ସେନା ମୃତୟନ କରିବା ସହ ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି । ଭାରତୀୟ ସେନା ମଧ୍ୟ ସେନା ମୁତୟନ ବଢେଇବାରେ ଲାଗିଛି ।
ଅରୁଣାଚଳ ପ୍ରଦେଶକୁ ସାଧାରଣତଃ ଦୁଇ ଭାଗରେ ଭାଗ କରାଯାଇଥାଏ । ଗୋଟିଏ ହେଲା ପଶ୍ଚିମରେ ଥିବା କାମେଙ୍ଗ ଅଞ୍ଚଳ ଏବଂ ଅନ୍ୟଟି ହେଲା ଆରଏଏଲପି । ଆରଏଏଲପି ଅଂଚଳ ଅତିକ୍ରମ ଚୀନ୍ ସେନା ପାଇଁ ସହଜ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଏଠାରେ ଭାରତ ସେନା ମୁତୟନ ବଢ଼ାଇବା ସହ ଅହରହ ନଜର ରଖିବାକୁ ବ୍ୟାପକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିଛି । ପୂର୍ବରୁ ସମଗ୍ର ଆରଏଏଲପି ପାଇଁ ଗୋଟିଏ ସେନା ଡିଭିଜନ ରହିଥିଲା । କିନ୍ତୁ ବର୍ତ୍ତମାନ ଏହି ଅଂଚଳ ଦାୟିତ୍ୱରେେ ୩ଟି କର୍ପସ ଏହି ଦାୟିତ୍ୱରେ ଅଛନ୍ତି । ଚୀନ ମଧ୍ୟ ଏହି ସୀମାରେ ସବୁ ଅଞ୍ଚଳରେ ରାସ୍ତା ନିର୍ମାଣ କରିଛି ବୋଲି ସେନା ଅଧିକାରୀ ଜଣକ କହିଛନ୍ତି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ଅଧିକ ଆକ୍ରମଣାତ୍ମକ ହୋଇଛି । ସୀମାରେ ପାଟ୍ରୋଲିଂ ବଢ଼ାଇଛି ଏବଂ ଚୀନର ସେନାର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଗସ୍ତ ସଂଖ୍ୟା ବଢ଼ାଇଛନ୍ତି ।