
ଚଳିତ ବର୍ଷ ଅକ୍ଟୋବର ୩୦ରୁ ଆମେରିକା, ଦୋହା ଏବଂ ଲଣ୍ଡନ ଭଳି ଦେଶକୁ ଉଡିବ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ବିଶେଷ କରି ହାଇଦ୍ରାବାଦ ଏବଂ ଚେନ୍ନାଇରୁ ଦୋହାକୁ ୨୦ଟି ସାପ୍ତାହିକ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଅହମ୍ମଦାବାଦ, ଅମୃତସର, କୋଚି, ହାଇଦ୍ରାବାଦ, ଗୋଆ, ଦିଲ୍ଲୀ, ମୁମ୍ବାଇ ଆଦିରୁ ଲଣ୍ଡନ ଅଭିମୁଖେ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଭାରତରୁ ଆମେରିକା ପାଇଁ ୪୦ଟି ବିମାନ ଓ ଲଣ୍ଡନ ପାଇଁ ୪୨ଟି ନୂଆ ବିମାନ ସେବା ଆରମ୍ଭ ହେବ।