ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଓଡିଶାରେ ବଢିବ ବିମାନ ସେବା : ସାମିଲ ହେଲା ଆଉ ୪ ସହର

ଭୁବନେଶ୍ୱର: ଓଡିଶାରେ ବଢିବ ବିମାନ ସେବା । ଉଡାନ୍‌ ଯୋଜନାରେ ସାମିଲ ହେଲା ଓଡିଶାର ଆଉ ୪ଟି ସହର । ଉଡାନ  ୫.୦ ଯୋଜନାରେ ଦେଶର ୫୪ଟି ସହରକୁ ସାମିଲ କରିବାକୁ ଯୋଜନା ରହିଛି। ତାଲିକାରେ ଓଡିଶାର ବାରିପଦା, କୋଣାର୍କ, ହୀରାକୁଦ ଓ ମାଲକାନଗିରି ଥିବା ସୂଚନାମିଳିଛି।  ଧାର୍ମିକ ପର୍ଯ୍ୟଟନସ୍ଥଳୀ ଓ ଇକୋ ପର୍ଯ୍ୟଟନସ୍ଥଳୀକୁ ନଜରରେ ରଖି ଏହି ପ୍ରସ୍ତାବିତ ସହରଗୁଡିକର ତାଲିକା କରାଯାଇଛି। ଆଗାମୀଦିନରେ ଏଠାରେ ଉଡାଣ ଯୋଜନାରେ ଏୟାରଷ୍ଟ୍ରିପ୍‌ ନିର୍ମାଣ କରାଯିବ । ଛୋଟ ସହରକୁ ବିମାନ ସେବା ଯୋଗାଇବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଲକ୍ଷ୍ୟ ରହିଛି। ପୂର୍ବରୁ ଏହି ଯୋଜନାରେ ରାଉରକେଲା, ଜୟପୁର, ଉତକେଲା କୁ ସାମିଲ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜୟପୁର, ରାଉରକେଲା, ଉତକେଲାରେ ବିମାନ ଚାଳାଚଳ ଆରମ୍ଭ ହୋଇ ନାହିଁ। ଓଡିଶାର ଦୁଇଟି ବିମାନବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡାରୁ ବିମାନ ସେବା ଉପଲବ୍ଧ ଅଛି। ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଜମି ଅନୁଧ୍ୟାନ କାମ ଚାଲୁ ରହିଛି।

Show More

Related Articles

Back to top button