
ଏୟାରଟେଲ୍ ଲଞ୍ଚ୍ କଲା ଆଡ୍ଭାନ୍ସଡ ହୋମ୍ ସର୍ଭିଲାନ୍ସ ସଲ୍ୟୁସନ ‘Airtel Xsafe’ କ୍ୟାମେରା । ଏହି କ୍ୟାମେରାକୁ ସୂଲଭ ମୂଲ୍ୟରେ କିଣି ଆପଣଙ୍କ ସୁରକ୍ଷା ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ବ୍ୟାବହାର କରିପାରିବେ ।
ବର୍ତ୍ତମାନ କମ୍ପାନୀ ଏହାକୁ ସମସ୍ତଙ୍କ ପାଇଁ ଅଫିସିଆଲ ଭାବେ ଲଞ୍ଚ୍ କରି ଦେଇଥିବାବେଳେ ଏହା ମୂଲ୍ୟ ରହିଛି ମାତ୍ର ୯୯୯ ଟଙ୍କା ।
Airtel Xsafe ଏୟାରଟେଲର ଏକ ସୁରକ୍ଷା ନିରୀକ୍ଷଣ ସେବା, ଯେଉଁଥିରେ ଗ୍ରାହକ ଏୟାରଟେଲ୍ରୁ ୩ ଭିନ୍ନ ଭିନ୍ନ ପ୍ରକାରର କ୍ୟାମେରା କିଣି ପାରିବେ ଏବଂ ସେହି କ୍ୟାମେରାଗୁଡ଼ିକୁ ଉପଯୋଗ କରି ନିଜ ଘର କିମ୍ବା ଅଫିସ୍ ଭିତରର ଗତିବିଧି ଉପରେ ନଜର ରଖି ପାରିବେ।
ବର୍ତ୍ତମାନ ଏହି ସର୍ଭିସ୍କୁ ଦେଶର କେବଳ ୪୦ ସହରରେ ଉପଲବ୍ଧ କରାଯିବ। Airtel Xsafe ଡିଭାଇସ୍କୁ ବୁକ୍ କରିବା ପାଇଁ ଗ୍ରାହକମାନଙ୍କୁ ଏୟାରଟେଲର ଓ୍ଵେବ୍ସାଇଟକୁ ଯିବାକୁ ହେବ ନଚେତ୍ ଏୟାରଟେଲ ଥ୍ୟାଙ୍କ୍ସ ବ୍ୟବହାର କରିବାକୁ ପଡ଼ିବ। Airtel Xsafe ସହିତ ୟୁଜରମାନଙ୍କୁ ୩ ପ୍ରକାରର କ୍ୟାମେରା ମିଳିବ। ଏହା ବ୍ୟତୀତ ୧ ମାସ ପାଇଁ ମାଗଣା ସବ୍ସକ୍ରିପ୍ସନ ମଧ୍ୟ ସାମିଲ ରହିଛି।



