୨୫ ଅକ୍ଟୋବରରେ ରିଲିଜ୍ ହେବ ଅଜୟ ଦେବଗନଙ୍କ ଫିଲ୍ମି “ଥ୍ୟାଙ୍କ୍ ଗଡ୍”

ଆଗାମୀ ଫିଲ୍ମରେ ଭିନ୍ନ ଲୁକରେ ନଜର ଆସିବେ ବଲିଉଡ୍ର ସିଙ୍ଘମ୍ ଅଜୟ ଦେବଗନ । ଅଜୟଙ୍କୁ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ପ୍ରଶଂସକମାନଙ୍କ ପାଇଁ ଏକ ବଡ ଖୁସି ଖବର । କାହିଁକି ନା ଅଜୟ , ସିଦ୍ଧାର୍ଥ ଏବଂ ରକୁଲ ପ୍ରୀତ ଏକାଠି ନଜରରେ ଆସିବେ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥାଙ୍କ୍ ଗଡ୍’ ରେ । ଅଜୟ ଗୁରୁବାର ଦିନ ଅଜୟଙ୍କର ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ।ଫିଲ୍ମ “ଥ୍ୟାଙ୍କ୍ ଗଡ୍”ରେ ଅଜୟ ଜଣେ ମଡର୍ଣ୍ଣ ଚିତ୍ରଗୁପ୍ତର ଭୂମିକାରେ ନଜର ଆସିବେ ବୋଲି ସୂଚନାମିଳିଛି । ଅଜୟଙ୍କ ଫାଷ୍ଟଲୁକ୍ ଆସିବା ପରେ ତାଙ୍କ ଷ୍ଟାଇଲିଷ୍ଟ ତେବର୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ସିଦ୍ଧାର୍ଥ ଏଥିରେ ଜଣେ କମନ୍ ମ୍ୟାନରେ ନଜର ଆସିବେ । ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ‘ଥାଙ୍କ୍ ଗଡ୍’ ଏକ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ତିଆରି କରିଛନ୍ତି । ଚଳଚ୍ଚିତ୍ରଟି ୨୫ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି। ଆସନ୍ତା କାଲି ଟ୍ରେଲର ଆସିବ। ଅଜୟ ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରିବେ, ଯିଏ ପୁରାଣ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟର ଜୀବନଯାତ୍ରାର ହିସାବ ରଖନ୍ତି ।