Breaking PLUSବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି
ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ପିଲ୍ମ ‘ପୃଥ୍ୱୀରାଜ’

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜି ଫିଲ୍ମର ଧମାକେଦାର ଟ୍ରେଲର୍ ରିଲିଜ୍ ହୋଇଛି। ଟ୍ରେଲର୍ରେ ଅକ୍ଷୟ କୁମାର ‘ପୃଥ୍ୱୀରାଜ’ ଚୌହାନଙ୍କ ଚରିତ୍ରରେ ଶକ୍ତିଶାଳୀ ଅଭିନୟ କରୁଥିବା ନଜର ଆସିଛନ୍ତି। ଫିଲ୍ମର ଟ୍ରେଲରରେ ଲୋକମାନେ ଅକ୍ଷୟ କୁମାରଙ୍କ ରାଜକୀୟ ଶୈଳୀକୁ ବହୁତ ପ୍ରଶଂସା କରିଛନ୍ତି। ପୂର୍ବତନ ମିସ ୱାଲର୍ଡ ମାନୁଷି ଚିଲର୍ ରାଜକୁମାରୀ ସାନୋଗିତାଙ୍କ ଭୂମିକାରେ ବହୁତ ଭଲ ଦେଖାଯାଉଛନ୍ତି। ଟ୍ରେଲରରେ ସ୍ପଷ୍ଟ ଦର୍ଶାଯାଇଛି ଯେ ଫିଲ୍ମର କାହାଣୀ ସମ୍ରାଟ ପୃଥ୍ୱୀରାଜ ଚୌହାନ ଏବଂ ରାଜକୁମାରୀ ସାନୋଗିତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏହା ବ୍ୟତୀତ ଫିଲ୍ମର ଟ୍ରେଲରରେ ୧୧୯୧ ଏବଂ ୧୧୯୨ ମସିହାରେ ପୃଥ୍ୱୀରାଜ ଚୌହାନ ଏବଂ ମହମ୍ମଦ ଘୋରୀଙ୍କ ମଧ୍ୟରେ ତରାଇନ ଯୁଦ୍ଧର ଝଲକ ଦେଖିବାକୁ ମିଳିଛି।


