ଓଡ଼ିଶା

ଅକ୍ଷୟ ତୃତୀୟା ଏବଂ ଶ୍ରୀ ପର୍ଶୁରାମ ଜୟନ୍ତୀ

ଆଜି ଦିନର ବିଷେଶତ୍ୱ

ଆଜି ଭଗବାନ ପର୍ଶୁରାମ ଙ୍କର ଜନ୍ମ ଜୟନ୍ତୀ l ସେ ଚିରଞ୍ଜିବୀ ଓ ମହେନ୍ଦ୍ର ଗିରି ଶିଖରରେ ନିତ୍ୟ ନିବାସ କରନ୍ତି l
ଆଜି ମା’ ମହାଲକ୍ଷ୍ମୀ ଧନ ର ଦେବତା କୁବେର ଙ୍କୁ ସମସ୍ତ ଐଶ୍ୱର୍ଯ୍ୟ ସମେତ ଅମାପ ସ୍ବର୍ଣ୍ଣ ଦାନ କରିଥିଲେ l

ପ୍ରଳୟ ପରେ ଆଜଦିନ ବିଷ୍ଣୁ ମତ୍ସ୍ଯ ଅବତାର ଧାରଣ କରି ବୃକ୍ଷଲତା ଗୁଳ୍ମ ଔଷଧିୟ ବୀଜ (ମଞ୍ଜି ) ବ୍ରହ୍ମା ଙ୍କୁ ନୂତନ ସୃଷ୍ଟି ସର୍ଜ୍ଜନା କରିବାକୁ ଦେଇଥିଲେ l

ଭଗବାନ ଋଷଭ ନାଥ ତପସ୍ୟା ପରେ ରାଜା ସୁଧନ୍ଵl ଙ୍କ ଠାରୁ ଆଖୁରସ ପିଇ ଉପବାସ ଭଙ୍ଗ କରିଥିଲେ l

ପୂଣ୍ୟତୋୟା ଗଙ୍ଗା, ଗଙ୍ଗୋତ୍ରୀ ଠାରେ ଧରାବତରଣ କରିଥିଲେ l

ଶ୍ରୀକୃଷ୍ଣ, ଦେବୀ ଦ୍ରୌପଦୀ ଙ୍କୁ ଦୁର୍ବାସା ଙ୍କ କୋପ ରୁ ରକ୍ଷା ପାଇବା ନିମନ୍ତେ “ଅକ୍ଷୟ ପାତ୍ର” ପ୍ରଦାନ କରିଥିଲେ l

ଆଜି ଅକ୍ଷିମୁଠି ରେ କ୍ଷେତକୁ ଧାନ ଅନୁକୂଳ କରାଯାଏ l

ଶ୍ରୀ ଜଗନ୍ନାଥ ଙ୍କର ରଥ ନିର୍ମାଣ କାର୍ଯ୍ୟ ର ଅନୁକୂଳ ହୁଏ l

ସମସ୍ତ ପ୍ରକାରର ଅନୁକୂଳ ଶୁଭ କାର୍ଯ୍ୟ କରିବାକୁ ଏହା ଏକ ପ୍ରଶସ୍ତ ଦିନ l

ଜୟ ଶ୍ରୀ ପର୍ଶୁରାମ ଭଗବାନ l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l

ଜୟ ପ୍ରକାଶ ମିଶ୍ର
ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ।

Show More

Related Articles

Back to top button