
ଭୁବନେଶ୍ୱର ବଡଗଡ ଥାନାରେ ହାଜତ ମୃତ୍ୟୁର ସାଂଘାତିକ ଅଭିଯୋଗ। ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଣିଛନ୍ତି, ହାଜତରେ ତାଙ୍କ ସ୍ୱାମୀଙ୍କୁ ପିଟି ପିଟି ମାରି ଦେଇଛି ପୋଲିସ। ସେପଟେ ଅଭିଯୁକ୍ତଙ୍କ ନାଁକୁ ନେଇ ବଢିଛି ଦ୍ୱନ୍ଦ୍ୱ। ଦେବେନ୍ଦ୍ର ଚୌଧୁରୀ କେମିତି ହେଲା ପ୍ରଦୀପ ସାହୁ? ମୃତକଙ୍କ ପରିବାରକୁ ଭେଟିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ଟିମ।ରବିବାର ସନ୍ଧ୍ୟାରେ ଗିରଫ । ବିଳମ୍ବିତ ରାତିରେ ମୃତ୍ୟୁ । ଏ ବ୍ୟକ୍ତି ଜଣକ ହେଉଛନ୍ତି କପିଳ ପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଯାହାଙ୍କୁ ଏକ ଚୋରି ମାମଲା ରେ ଉଠାଇ ନେଇଥିଲା ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଆଉ ଆଧାର କାର୍ଡ ଅନୁସାରେ ଏହି ବ୍ୟକ୍ତି ହେଉଛନ୍ତି ଦେବେନ୍ଦ୍ର ଚୌଧୁରୀ । ତେବେ ପୋଲିସ ଫାଇଲରେ ସେ ପ୍ରଦୀପ ସାହୁ । ପୋଲିସ କହୁଛି ଏହି ବ୍ୟକ୍ତି ଙ୍କ ନା ରେ ପୂର୍ବରୁ ଏକାଧିକ ମାମଲା ରହିଛି । ତେବେ ପତ୍ନୀଙ୍କ ଅଭିଯୋଗ ମିଛ ମାମଲାରେ ଫସାଇ ଦେବେନ୍ଦ୍ରଙ୍କୁ ପିଟି ପିଟି ମାରି ହତ୍ୟା କରିଛି ପୋଲିସ। ସେପଟେ ମୃତକଙ୍କ ପରିବାର ବୁ ଭେଟିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛି ବିଜେପି ଟିମ । ପରିବାର ଲୋକ ଓ ଭଡା ଘର ମାଲିକଙ୍କ କହିବା ଅନୁସାରେ ଦେବେନ୍ଦ୍ର ଘର ଆଗରେ ପରିବା ବେପାର କରନ୍ତି । ତାଙ୍କ ନାଁରେ ମଧ୍ୟ ପୂର୍ବରୁ କୌଣସି ମାମଲା ନାହିଁ । ପୋଲିସ କହିଛି ହାଜତରେ ଅସୁସ୍ଥ ହେବାରୁ ମେଡିକାଲରେ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଜଣେ ଅତିରିକ୍ତ ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରିବେ । ଦେବେନ୍ଦ୍ରଙ୍କ ହାଜତ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବ ତ କମିଶନରେଟ୍ ପୋଲିସ, କେମିତି ହେଲା ଦେବେନ୍ଦ୍ରଙ୍କ ମୃତ୍ୟୁ, ସେ ରହସ୍ୟ ଆସିବ ତା ସାମ୍ନାକୁ, ନା ଗୋବିନ୍ଦ କୁମ୍ଭାର ଓ ଗଣେଶ ଡାକୁଆ ଭଳି ମାମଲାକୁ ଚାପି ବା ପାଇଁ ହେବ ଷଡଯନ୍ତ୍ର ?