Breaking PLUSଦେଶମୁଖ୍ୟ ଖବର
ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ନିଜର ଅଶ୍ଳୀଳ ମନ୍ତବ୍ୟ ପାଇଁ ବିବାଦରେ ପଡିଥିବା ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଅଶ୍ଳୀଳ ମନ୍ତବ୍ୟ ପାଇଁ ଆହ୍ଳାବାଦିଆଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ଏପରି ଆଶଙ୍କାକୁ ନେଇ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ ତାଙ୍କୁ ଆଶ୍ବସ୍ତି ମିଳିଛି। ବିଚାରପତି ସୂର୍ୟ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ ଆହ୍ଲାବାଦିଆଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।


