Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ରାଜନୈତିକ ସମୀକରଣ ବଦଳିପାରେ- ଅମର

ଭୁବନେଶ୍ୱର- ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବଡ଼ ବୟାନ । ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ ବୋଲି କହିଛନ୍ତି ଅମର । ଓଡ଼ିଶା ରାଜନୈତିକ ଦୃଶ୍ୟପଟ ଅସ୍ଥିରତା ଓ ଅନିଶ୍ଚିତତା ଭିତରେ ଗତି କରୁଛି । ଓଡ଼ିଶାରେ ସବୁ ରାଜନୈତିକ ଦଳରେ ଅସ୍ଥିରତା ଲାଗି ରହିଛି’ । ବିଜେଡି, ବିଜେପି ଓ କଂଗ୍ରେସରେ ଅସ୍ଥିରତା ରହିଛି ।ଏଭଳି ବିଚିତ୍ର ସ୍ଥିତି ପାଇଁ ବଦଳି ପାରେ ଓଡ଼ିଶା ରାଜନୈତିକ ସମୀକରଣ ।କ୍ଷମତାସୀନ ଭାବୁଛି କ୍ଷମତାରେ ନାହିଁ, ବିରୋଧୀ ଭାବୁଛି ସିଏ କ୍ଷମତାସୀନ । ଏହା ଏକ ବିଚିତ୍ର ସ୍ଥିତି, ଯାହାଫଳରେ ବିକାଶ ହୋଇପାରୁନାହିଁ । ନିକଟ ଭବିଷ୍ୟତରେ କୌଣସି ନୂଆ ଦଳର ସମ୍ଭାବନା କରାଯାଇ ପାରିବ ନାହିଁ । କିନ୍ତୁ ସମୀକରଣ ବଦଳି ପାରେ, ସମୀକରଣ ବଦଳିବାକୁ ବେଶୀ ସମୟ ଲାଗେନି ।

