
‘କୁଚୁ କେୟାର’ର ସଂସ୍ଥାପକ ସଂଗ୍ରାମ କେଶରୀ ପଟ୍ଟନାୟକ କର୍ପୋରେଟ୍ ଅଫିସ୍କୁ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଅନ୍ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିବା ବେଳେ ଲୋକେ ଏହା ଉପରେ ସଚେତନ ହେବାର ଆବଶ୍ୟକତା ରହିଛି। ଜନସାଧାରଣଙ୍କୁ ଅନ୍ଲାଇନ୍ ସେବା ବିଷୟରେ ସଚେତନ ଓ ପରାମର୍ଶ ପ୍ରଦାନ କରିବାରେ ଏହି କାର୍ଯ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଲୋକେ କିଭଳି ଠିକ୍ ମୂଲ୍ୟରେ ନିଜ ହାତପାଆନ୍ତାରେ ସାମଗ୍ରୀ ପାଇପାରିବେ, ତାହା ଆମର ମୁଖ୍ୟ ଦାୟିତ୍ୱ ହେବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟର ସବୁ ପ୍ରମୁଖ ବଜାରରେ ‘ଆମାଜନ୍’ ଇଜି ସେଲ୍ର ରିଟେଲ୍ ଷ୍ଟୋର୍ ଖୋଲାଯିବ ବୋଲି ସେ କହିଛନ୍ତି।