ଭାରତ ବିରୁଦ୍ଧରେ ଆମେରିକାର ବଡ ପଦକ୍ଷେପ । ଆମେରିକାର ଜୋ ବାଇଡେନ ସରକାର ଇରାନ ବିରୋଧରେ କଠୋରତା ପ୍ରଦର୍ଶନ କରି ତା’ ସହ ବ୍ୟବସାୟ କରୁଥିବା ଭାରତ ସମେତ ଅନ୍ୟ ଦେଶକୁ କଡ଼ା ବାର୍ତ୍ତା ଦେଇଛନ୍ତି ।
ବାସ୍ତବରେ, ଆମେରିକା ଇରାନର ହଜାର ହଜାର କୋଟିର ପେଟ୍ରୋଲିୟମ-ପେଟ୍ରୋଲ କେମିକାଲକୁ ଦକ୍ଷିଣ ଓ ପୂର୍ବ ଏସିଆରେ ବିକ୍ରୟ କରୁଥିବା କମ୍ପାନୀର ଅନ୍ତର୍ଜାତୀୟ ନେଟୱାର୍କ ଉପରେ ପ୍ରତିବନ୍ଧକ ଲଗାଇଛି ।
ଏହି କମ୍ପାନୀଗୁଡିକରେ ଏକ ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଥିବା କୁହାଯାଉଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାରତ ବିରୁଦ୍ଧରେ ଏପରି ପଦକ୍ଷେପ ଗ୍ରହଣ କରିଛି । ଭାରତରେ ଇରାନର ତେଲ ବିକ୍ରିକୁ ନେଇ ଆମେରିକା ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛି ।