Breaking PLUSଓଡ଼ିଶାମୁଖ୍ୟ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଅମିତ ରୋହିଦାସ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଅମିତ ରୋହିଦାସ । ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ପ୍ୟାରିସ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳର ଏକମାତ୍ର ଓଡ଼ିଆ ତାରକା ଅମିତ ରୋହିଦାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅମିତ ନିଜ ସାଙ୍ଗରେ ଆଣିଥିବା ସାଥୀ ଖେଳାଳିଙ୍କ ଦସ୍ତଖତ ସମ୍ବଳିତ ଏକ ଜର୍ସିକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଅଧିକାରୀ ଉପସ୍ଥିତ ଥିଲେ। ଶୁକ୍ରବାର ସକାଳେ ଅମିତ ନୂଆଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।