KBC ସିଟରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଅମିତାଭ ବଚ୍ଚନ,ଡାକ୍ତରଖାନାରେ ଭର୍ତ୍ତି
KBC ସିଟରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଅମିତାଭ ବଚ୍ଚନ । ବିଳମ୍ବିତ ରାତିରେ ‘କୗନ ବନେଗା କରୋଡ଼ପତି’ ସୁଟିଂ ସମୟରେ ଅମିତାଭଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ଗୋଡ଼ରୁ ଶିରା କଟିଯିବା କାରଣରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କର ଗୋଡ଼ରେ ସିଲେଇ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ।
ସେ ନିଜ୍ ବ୍ଲଗରେ ଳେଖିଛନ୍ତି ଯେ, ସୁଟିଂ ସମୟରେ ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ ଗୋଡ଼ର ଭଣ୍ଡାରେ ବାଜି ଶିର କାଟି ପକାଇଥିଲା। ରକ୍ତସ୍ରାବ ନିୟନ୍ତ୍ରଣ କରି ହେଲାନି। ତେଣୁ, ଡାକ୍ତରଙ୍କୁ ଦେଖାଇ ଅପରେସନ୍ ଥିଏଟର୍ରେ ‘ଷ୍ଟିଚ୍’ (ସିଲାଇ) ପକାଇବାକୁ ପଡ଼ିଲା। ଟିମ୍ ଷ୍ଟାଫ୍ ଓ ଡାକ୍ତରମାନେ ଠିକଣା ସମୟରେ ସହଯୋଗ କରିଥିଲେ।
ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ (ଟ୍ରେଡ୍ମିଲ୍ରେ ମଧ୍ୟ) ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହା ସହ ଫ୍ୟାନ୍ସଙ୍କୁ ଭୟଭୀତ ନହେବାକୁ କହିଛନ୍ତି। ଅମିତାଭ କହିଛନ୍ତି ଯେ, ଡାକ୍ତର ତାଙ୍କୁ ଟ୍ରେଡମିଲରେ ମଧ୍ୟ ଚାଲିବାକୁ ମନା କରିଛନ୍ତି। ଏହା ସହ ଡାକ୍ତର ତାଙ୍କୁ ଠିଆହେବା ପାଇଁ ମଧ୍ୟ ମନା କରିଛନ୍ତି। ଆଘାତ ହୋଇଥିବା ସ୍ଥାନରେ ଅଧିକ ଚାପ ନପକାଇବାକୁ କହିଛନ୍ତି।