Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ

ପବିତ୍ର ଅଁଳା ନବମୀ। ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ। ଏଥିପାଇଁ ଭୋର ୫ଟାରୁ ସାକ୍ଷୀଗୋପାଳରେ ଆରମ୍ଭ ହୋଇଛି ରାଧାପାଦ ଦର୍ଶନ। ଆଜି ବିଳମ୍ବିତ ରାତି ଯାଏ ଚାଲିବ ଦର୍ଶନ। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଶ୍ରଦ୍ଧାଳୁମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଆଜିର ଦିନରେ ମାଆଙ୍କର ପାଦ ଦର୍ଶନରେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପାଳ ଗୋପାଳଜୀ ମନ୍ଦିରରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଯାଇଛି। ଶୃଙ୍ଖଳିତ ରାଧାପାଦ ଦର୍ଶନ ପାଇଁ ୧୧ ଧାଡ଼ିଆ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।

Show More

Related Articles

Back to top button