
ମହଙ୍ଗା ହେଲା କ୍ଷୀର । ପୁଣି ବୃଦ୍ଧି ପାଇଲା ଅମୁଲ ଏବଂ ମଦର ଡାଏରୀ କ୍ଷୀର । ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇ ୬୧ରୁ ୬୩ ଟଙ୍କାରେ ପହଞ୍ଚିଛି । ଆଜିଠୁ ଏହି ନୂଆ ଦର ଲାଗୁ କରାଯାଇଛି ।
ଏହା ପୂର୍ବରୁ ଦର ୧୭ ଅଗଷ୍ଟରେ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି ହୋଇଥିଲା। ଅମୁଲ,ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ କମ୍ପାନି ଦୁଗ୍ଧର ଦର ବୃଦ୍ଧି କରିବା ଦ୍ୱାରା ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଗୁଜୁରାଟକୁ ଛାଡ଼ି ବାକି ସବୁ ରାଜ୍ୟରେ ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେଇଯିବ ବୋଲି କମ୍ପାନିର ଅଧିକାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି ।