Breaking PLUSଓଡ଼ିଶାମୁଖ୍ୟ ଖବର

ବିଛେଦ ମାମଲାର ତ୍ୱରିତ ଫଇସଲା ପାଇଁ ହାଇକୋର୍ଟରେ ଆବେଦନ କଲେ ଅନୁଭବ

କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ତ୍ୱରିତ ଫଇସଲା ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଛନ୍ତି । ଅନୁଭବ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ମାମଲାର ତ୍ୱରିତ ଫଇସଲା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଥିବାରୁ କଟକର ପାରିବାରିକ ଅଦାଲତଙ୍କୁ ଏହାର ଶିଘ୍ର ଫଇସଲା କରିବାକୁ ହାଇକୋର୍ଟ ଆଦେଶ ଦିଅନ୍ତୁ ।

ସୂଚନାଥାଉକି ବର୍ଷା ଓ ଅନୁଭବଙ୍କ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଆବେଦନ କରାଯାଇଥିଲାବେଳେ ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରାଯାଇଛି । ଅନୁଭବଙ୍କ ପକ୍ଷରୁ ତାଙ୍କ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାକୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ପାରିବାରିକ ଜୀବନରେ ବର୍ଷା କେବେ ହେଲେ ସହଯୋଗ କରୁନଥିଲେ । ଦୁହିଙ୍କ ଭିତରେ ମତ ପାର୍ଥକ୍ୟ କାରଣରୁ ଦୁହେଁ ଗତ ୨୦୨୦ ମଇ ୧ ତାରିଖରୁ ସେମାନେ ଅଲଗା ଅଲଗା ରହୁଥିବା ଦର୍ଶାଇଛନ୍ତି । ପିଟିସନ୍‌ରେ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରିରୀକ ସମ୍ପର୍କ ରଖିବାକୁ ଅନିଛା ପ୍ରକାଶ କରୁଥିଲେ ।

Show More

Related Articles

Back to top button