Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ନିଜର ପ୍ରଚେଷ୍ଟା ଦ୍ୱାରା ବିଜୟ ହୋଇପାରିଛନ୍ତି ଜଣେ IAS ଅଫିସର ।

 ତ୍ୟାଗ ସଂଘର୍ଷ ଏବଂ ସାଧନା ଜୀବନରେ ଆଣି ଦିଏ ଏକ ନୂଆ ସଫଳତା।

ତ୍ୟାଗ ସଂଘର୍ଷ ଏବଂ ସାଧନା ଜୀବନରେ ଆଣି ଦିଏ ଏକ ନୂଆ ସଫଳତା। ସେମିତି ଜଣେ ସଫଳ ବ୍ୟକ୍ତିତ୍ୱ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ। IAS ଅଫିସର ହେବା ପାଇଁ ସେ କରିଛନ୍ତି ଅନେକ ସାଧନା । ପିଲାଙ୍କୁ ପାଠ ପଢାଇଛନ୍ତି, ଡାକ୍ତରୀ ସିଟ୍‌ ଛାଡିଛନ୍ତି, ଏମିତି ଅନେକ କିଛି ଗୁଣ ତାଙ୍କ ଭିତରେ ଭର୍ତ୍ତି ହୋଇ ରହିଛି । ବିଜୟଙ୍କ ବାପା ଜଣେ ଦରଜୀ ଏବଂ ମାଆ ଦିନ ମଜୁରୀ କରି ପେଟ ପୋଷନ୍ତି । ମହାରାଷ୍ଟ୍ରର ଅହମ୍ମଦନଗରର ରାଲେଗାନରେ ତାଙ୍କ ଜନ୍ମ। ପରିବାର କହିଲେ ବାପା, ମାଆ ସାନ ଭଉଣୀ। ବାପା ମାଆ ଉଭୟ ମିଶି ଦିନକୁ ୨୦୦ ଟଙ୍କା ରୋଜଗାର କରିବା ବି ତାଙ୍କ ପକ୍ଷେ କଷ୍ଟ ହୋଇପଡୁଥିଲା। ସେତିକି ରୋଜଗାରରେ ୪ପ୍ରାଣୀ ଚଳିବା ଅହୁରି କଷ୍ଟଦାୟକ ଜୀବନ ଥିଲା। ବିଜୟଙ୍କ କହିବା ଅନୁସାରେ, ତାଙ୍କୁ ଏବଂ ତାଙ୍କ ସାନ ଭଉଣୀଙ୍କୁ ପିଲାଦିନେ ଖେଳନାଟିଏ ବି ମିଳିବା ବହୁତ କଷ୍ଟ ଥିଲା। ଏତେ କମ୍‌ ରୋଜଗାରର ମଧ୍ୟ ତାଙ୍କ ବାପା ତାଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦେଉଥିଲେ ଏବଂ ତାଙ୍କୁ ସ୍କୁଲ୍‌ ଛାଡୁଥିଲେ। ବିଜୟଙ୍କ ପାଖରେ ପଢିବାକୁ ବହିଟିଏ ନଥିଲା ସେ ସାଙ୍ଗ ଏବଂ ଗାଁର ବଡ ଭାଇ ଭଉଣୀଙ୍କ ଠାରୁ ବହି ମାଗି ପାଠ ପଢୁଥିଲେ। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବିଜୟ ସ୍କୁଲ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ। ସେବେଠୁ ସେ ବଡ ହୋଇ ଡାକ୍ତର ହେବାକୁ ଚାହୁଁଥିଲେ। ଲୋକଙ୍କ ସେବା କରିବାର ଇଚ୍ଛା ଥିଲା ତାଙ୍କର। MBBS ପଢିବା ପାଇଁ ତାଙ୍କୁ କଲେଜରେ ସିଟ୍‌ ମଧ୍ୟ ମିଳିଲା। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ସେ ଡାକ୍ତରୀ ପଢିପାରିଲେନି। କେମିତି ପାଠ ପଢି ଜଲ୍‌ଦି ରୋଜଗାର କରିହେବ ସେଥିପାଇଁ ବିଜୟ D.Ed ବା Diploma in Education କଲେ। ପାଠ ପଢା ସରିବା ପରେ ସେ ଏକ ସରକାରୀ ପ୍ରାଇମେରୀ ସ୍କୁଲ୍‌ରେ ଶିକ୍ଷକ ଭାବେ ପାଠ ପଢୋଉଥିଲେ ।

କିନ୍ତୁ ବିଜୟଙ୍କର କିଛି ବଡ ଆଶା ଥିଲା। ବାପା ମଧ୍ୟ ଏଥିରେ ତାଙ୍କୁ ସମର୍ଥନ କରୁଥିଲେ। ଥରେ ବାପା ତାଙ୍କୁ ପ୍ରଶାସନିକ ସେବାରେ ଯୋଗଦେବାକୁ ପ୍ରସ୍ତୁତି ହେବେକୁ କହିଲେ। ଏହାପରେ ସେ Maharashtra State Civil Servic ପାଇଁ ପ୍ରସ୍ତୁତି କଲେ। ତୃତୀୟ ଉଦ୍ୟମରେ ସେ ଏଥିରେ ସଫଳ ହେଲେ। ଅହମ୍ମଦନଗରରେ ସେଲ୍ସ ଟ୍ୟାକ୍ସ ଇନ୍‌ସ୍ପେକ୍ଟର ଏବଂ ତହସିଲଦାର ଚାକିରୀ କଲେ। ପରେ ସେ ଆଇଏସ୍ ପାଇଁ ପ୍ରସ୍ତୁତି ହେଲେ। ୨୦୧୨ରେ ପାଇଲେ ସିଭିଲ୍‌ ସର୍ଭିସ୍‌।
IAS ଅଫିସର ଭାବରେ ବିଜୟଙ୍କର ପ୍ରଥମ ପୋଷ୍ଟିଂ ଓଡ଼ିଶାର ଢେଙ୍କାନାଳରେ ହେଲା। ତାପରେ ପରେ ଗଞ୍ଜାମ ଜିଲ୍ଲାପାଳ ଭାବେ ପୋଷ୍ଟିଂ ହେଲେ । ଅଫିସର ଭାବେ ନିଜର ଦକ୍ଷତା ମଧ୍ୟ ପ୍ରମାଣିତ କରିଛନ୍ତି ବିଜୟ କୁଲାଙ୍ଗେ। ବିଜୟ IAS ହେଲା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ବଜୟଙ୍କ ବାପା,ମା’ ବିଜୟଙ୍କ ଭଳି ପୁଅକୁ ଜନ୍ମ କରି ନିଜକୁ ଗର୍ବିତ ମନେ କରୁଛନ୍ତି ।

 

Show More

Related Articles

Back to top button